ଇଞ୍ଚୋଳରେ ବିହନ ବଣ୍ଟନ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଇଞ୍ଚୋଳରେ ଠାରେ କୃଷି ବିଭାଗ ପକ୍ଷରୁ ବିହନ ବିରତଣ କରାଯାଇଛି । ଏହି ବିହନ ବଣ୍ଟନ କାର୍ଯ୍ୟକ୍ରମଟି କୃଷି କର୍ମଚାରୀ ନନ୍ଦକିଶୋର ଓଝା ଓ ସରପଞ୍ଚ ସସ୍ମିତା ମହାପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ବେଳେ ଏଥିରେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ହାଟଡ଼ିହି ବ୍ଲକ୍ କୃଷି ଅଧିକାରୀ ଡ଼.ଦେବୀ ପ୍ରସନ୍ନ ଖୁଣ୍ଟିଆ, କୃଷି ପର୍ଯ୍ୟବେକ୍ଷକ ନିରଞ୍ଜନ ରଥ, ବ୍ଲକ ସଂଯୋଜକ ତନ୍ମୟ କୁମାର ଚାନ୍ଦ ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ବିହନ ବିତରଣ କରିଥିଲେ । ଏଥିରେ ସତ୍ୟାନନ୍ଦ ଜେନା, ପ୍ରଫୁଲ୍ଲ ଜେନା, ଅମର କୁମାର ରାଉତ, ଚିତ୍ତରଞ୍ଜନ ନାଇକ, ଅନନ୍ତ ଚରଣ ସାହୁ, ପ୍ରଦ୍ୟୁମ୍ନ ସୁଆର, ମୁକ୍ତିକାନ୍ତ ପଣ୍ଡା, ମନୋଜ କୁମାର ରାଉତ, ସୁବାସ ଚନ୍ଦ୍ର ମହାପାତ୍ର, ହରେକୃଷ୍ଣ ନାଇକଙ୍କ ସମେତ ଅନ୍ୟଚାଷୀଙ୍କୁ ବିରି, ସୋଲା ଓ ମସୁର ଆଦି ଡ଼ାଲି ଜାତୀୟ ବିହନ ବଣ୍ଟନ କରାଯାଇଛି। ଆଗାମୀ ଦିନରେ ଅନୁପସ୍ଥିତ ଚାଷୀଙ୍କ ନିକଟରେ ବିହନ ପହଞ୍ଚିବ ବୋଲି କୃଷି କର୍ମଚାରୀ ଶ୍ରୀ ଓଝା କହିଛନ୍ତି ।