ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଧ୍ୟାନ ଦିବସ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ବିଶ୍ୱ ଧ୍ୟାନଦିବସ ପାଳିତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ଧ୍ୟାନଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା, ଆସିକା ଓକିଲ ସଂଘର ସଂପାଦକ ବିଦେଶୀ ନାହାକ, ଆସିକା ବ୍ଳକ ସହକାରୀ କୃଷି ଅଧିକାରୀ ବାସୁଦେବ ସାହୁ ପ୍ରମୁଖ ଯୋଗଦେଇ ବିଶ୍ୱ ଧ୍ୟାନ ଦିବସ ପାଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଦୈନନ୍ଦିନ ଜୀବନରେ କାର୍ଯ୍ୟବ୍ୟସ୍ତତା ହେଉ କିମ୍ବା ସମୟ ଅଭାବ ହେଉ ଅନେକ ବ୍ୟକ୍ତି ନିଜର ସ୍ୱାସ୍ଥ୍ୟର ଯତ୍ନ ପ୍ରତି ବିଭିନ୍ନ ସମୟରେ ଅବହେଳା ପ୍ରଦର୍ଶନ କରିଥାନ୍ତି ତେଣୁ ସାଂପ୍ରତିକ ପରିସ୍ଥିତିରେ ବ୍ୟସ୍ତବହୁଳ ଜୀବନଯାପନ ଓ ଚିନ୍ତାଗ୍ରସ୍ତ ତଥା ବିଚଳିତ ହୋଇଯାଉଥିବା ମନରେ ଏକାଗ୍ରତା ଓ ସ୍ଥିରତା ଆଣିବା ପାଇଁ ପ୍ରତିଦିନ ସହଜ ରାଜଯୋଗ ଓ ଧ୍ୟାନର ଅଭ୍ୟାସ କରିବା ଅତ୍ୟନ୍ତ ଜରୁରୀ ବୋଲି ମତବ୍ୟକ୍ତି କରିଥିଲେ । ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଧ୍ୟାନ ମନୁଷ୍ୟକୁ ଜୀବନରେ ଶାନ୍ତି ଆଣିଥାଏ ତେଣୁ ଧ୍ୟାନର ବିଧି, ଉପକାରିତା, ଆବଶ୍ୟକତା ଓ ମହତ୍ୱ ଉପରେ ବହୁ ଶିକ୍ଷଣୀୟ ମାର୍ଗଦର୍ଶନ କରିବା ସାଙ୍ଗକୁ ସହଜ ରାଜଯୋଗ ମାଧ୍ୟମରେ ମନକୁ ମାନସିକ, ଶାରୀରିକ, ସାମାଜିକ ଭାବନାତ୍ମକ ଓ ଆଧ୍ୟାତ୍ମିକ ବିକାଶରେ ପାଇବା ସମ୍ଭବପର ହୋଇଥାଏ ବୋଲି ମତବ୍ୟକ୍ତ କରି ଉପସ୍ଥିତ ସଚେତନ ନାଗରିକଙ୍କୁ ସହଜ ରାଜଯୋଗର ଅଭ୍ୟାସ କରାଇଥିଲେ । ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ବିଶ୍ୱ ଧ୍ୟାନଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ନିରଂଜନ, ବୁଲୁ, ପଞ୍ଚାୟତ୍ରୀ, ରାଧାଶ୍ୟାମ, ରାମେଶ୍ୱର, ବ୍ରହ୍ମାକୁମାରୀ ନିଳୀମା, ଆସିନା, ଜ୍ୟୋତି, ସ୍ମିତା ପ୍ରମୁଖ ସହଯୋଗ କରିଥିଲା ବେଳେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜିବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ