ଆସିକା ସହରରେ ବଢିଚାଲିଛି ପାଣି ବେପାର ପ୍ଳାଷ୍ଟିକ ପାଣିଜାର୍‍ରେ ରହୁନି ପ୍ରସ୍ତୁତି ଓ ଅତିକ୍ରାନ୍ତ ତାରିଖ!

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଗତ କିଛି ମାସ ହେଲା ପାଣିଜାର୍‍ ଓ ପାଣି ବୋତଲ୍‍ କାରବାର ଦିନକୁ ଦିନ ବଢି ଚାଲିଥିବା ଲକ୍ଷ୍ୟ କରାଯାଇଛି । ପାଣିବେପାର ପ୍ରାୟତଃ ଏକ ଲାଭଜନକ ବ୍ୟବସାୟ ହୋଇଥିବାରୁ ବହୁ ବ୍ୟକ୍ତି ଏହି କାରବାର କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଆସିକା ସହରବାସୀଙ୍କୁ ସରକାରଙ୍କ ପକ୍ଷରୁ ପାଇପ୍‍ ଲାଇନ୍‍ ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯାଉଥିବା ସତ୍ତ୍ୱେ କେତେକ ଅଞ୍ଚଳରେ ପାଣି ବୋତଲ୍‍ ଓ ପାଣିଜାର୍‍ କାରବାର ଦିନକୁ ଦିନ ଜୋର୍‍ ଧରୁଛି । ମିନେରାଲ୍‍ଯୁକ୍ତ ବିଶୁଦ୍ଧ ପାନୀୟ ଜଳ ନାମରେ ପ୍ରତିଦିନ ଆସିକା ଅଞ୍ଚଳରେ ଶହ ଶହ ଲିଟର ପାଣି ଜାର୍‍ରେ ବିକ୍ରୀ ହେଉଥିଲା ବେଳେ ଏହାର ଶୁଦ୍ଧତା ଓ ସ୍ୱଚ୍ଛତା ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିକ୍ରୀ ହେଉଥିବା କେତେକ ପାଣି ଜାର୍‍ରେ ପ୍ରସ୍ତୁତ କମ୍ପାନୀର ଲେବେଲ୍‍ ରହୁନଥିବା ବେଳେ ପ୍ରସ୍ତୁତି ତାରିଖ ଓ ସମୟ ଅତିକ୍ରାନ୍ତ ତାରିଖ ସଂପର୍କରେ ସାମାନ୍ୟ ସୂଚନା ରହୁନଥିବା ଅଭିଯୋଗ ହେଉଛି । ଯାହାରି ଫଳରେ ଜାର୍‍ରେ ବିକ୍ରୀ ହେଉଥିବା ସେହି ପାଣିବୋତଲ୍‍ର ପାନୀୟ ଜଳକୁ ନେଇ ଯଦି କୌଣସି ସମସ୍ୟା ସୃଷ୍ଟି ହୁଏ ତେବେ ଉତ୍ତରଦାୟୀ କିଏ ରହିବ ବୋଲି ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦିନକୁ ଦିନ ଆସିକା ଅଞ୍ଚଳରେ ପ୍ଳାଷ୍ଟିକ୍‍ ଜାର୍‍ରେ ପାଣିବିକ୍ରୀ ଜୋର୍‍ ଧରୁଥିବା ବେଳେ ଏହାର ଶୁଦ୍ଧତା ଓ ସ୍ୱଚ୍ଛତାକୁ ନେଇ ଯାଞ୍ଚ କରିବା ଦିଗରେ ପ୍ରଶାସନିକ ଅଧିକାରୀଙ୍କ ନୀରବତାକୁ ନେଇ ନାନା କଥା ଆଲୋଚିତ ହେଉଛି । ବିଶୁଦ୍ଧ ପାନୀୟ ଜଳ ପାଇଁ ଅଧିକାଂଶ ବ୍ୟକ୍ତି ଏଭଳି ଜାର୍‍ ପାଣି ଉପରେ ନିର୍ଭର କରୁଥିବା ଜଣାପଡିଛି । ବିଶୁଦ୍ଧ ପାଣି ନାମରେ କେତେକ କମ୍ପାନୀ ଜାର୍‍ ଓ ବୋତଲ୍‍ ପାଣି ବିକ୍ରୀ କରୁଛନ୍ତି । ଏହି ପାଣିକୁ ଦୁଇ ଚକିଆ କିମ†ା ଚାରି ଚକିଆ ଯାନରେ ବ୍ୟବସାୟୀମାନେ ପରିବହନ କରି ଦୋକାନୀଙ୍କ ଠାରୁ ଆରମ୍ଭ କରି ଲୋକଙ୍କ ଘରେ ମଧ୍ୟ ସ୍ୱଳ୍ପ ସମୟ ମଧ୍ୟରେ ପହଞ୍ଚାଇ ଦେଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ବିଗତ କିଛି ମାସ ହେଲା ଏଭଳି କିଣା ପାଣି ଉପରେ ପ୍ରାୟତଃ ନିର୍ଭର କରୁଥିବା ଜଣାପଡିଛି । କେତେକ କମ୍ପାନୀର ପାଣିଜାର୍‍ଗୁଡିକରେ ପ୍ରସ୍ତୁତି ତାରିଖ ଓ ସମୟ ଅତିକ୍ରାନ୍ତ ତାରିଖ ସଂପର୍କରେ କୌଣସି ସୂଚନା ରହୁନଥିବା ସଂପର୍କରେ ରୀତିମତ ଅଭିଯୋଗ ହେଉଥିଲେ ମଧ୍ୟ ଯାଞ୍ଚ କରିବା ଦିଗରେ ପ୍ରଶାସନର ଶିଥିଳତାକୁ ନେଇ ଦାୟିତ୍ୱରେ ଥିବା ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଶୈଳୀ ପ୍ରତି ମଧ୍ୟ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଦିନକୁ ଦିନ ନୁଆ ନୁଆ କମ୍ପାନୀ ନାଁରେ ପାଣିବୋତଲ୍‍ ଓ ପାଣିଜାର୍‍ର ବହୁଳ ବିକ୍ରୀବଟା ହେଉଥିଲେ ମଧ୍ୟ ଏହାର ସ୍ୱଚ୍ଛତା ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବିଶୁଦ୍ଧ ପାଣି ନାମରେ ଆସିକାରେ ପାଣିବୋତଲ୍‍ ଓ ପାଣିଜାର୍‍ର ବହୁଳ ବିକ୍ରୀବଟା ଚାଲିଥିବା ଦେଖିବାକୁ ମିଳୁଛି । ଆସିକା ଅଞ୍ଚଳରେ ପୂର୍ବପେକ୍ଷା ପାଣିବୋତଲ୍‍ ଓ ପାଣିଜାର୍‍ର କାରବାର ବୃଦ୍ଧି ପାଇଚାଲିଥିଲେ ମଧ୍ୟ ଯେଉଁ ବୋତଲ୍‍ ଓ ଜାର୍‍ ପାଣିକୁ ଲୋକେ କିଣି ପିଉଛନ୍ତି ତାହା ଶରୀର ପାଇଁ କେତେ ପରିମାଣରେ ଉପଯୋଗୀ ନା କ୍ଷତିକାରକ ତାହା ଚିନ୍ତା କରିବାକୁ କାହାରି ପାଖରେ ବି ସମୟ ନାହିଁ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆସିକା ଅଞ୍ଚଳରେ ଜାର୍‍ରେ ବିକ୍ରୀ ହେଉଥିବା ପାଣିର ସ୍ୱଚ୍ଛତା ଓ ଶୁଦ୍ଧତା ଯାଞ୍ଚ କରିବା ସାଙ୍ଗକୁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ କେତେକ ପାଣି କମ୍ପାନୀ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପାଣିଜାର୍‍ରେ ପ୍ରସ୍ତୁତି ତାରିଖ ଓ ସମୟ ଅତିକ୍ରାନ୍ତ ତାରିଖ ନଲେଖି ଅବାଧରେ ବିକ୍ରୀ କରୁଛନ୍ତି ତାହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ