ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିର ଅନୁଷ୍ଠିତ
ନବରଙ୍ଗପୁର,(ୱାଇଏନଏସ):ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତଥା ରାଷ୍ଟ୍ରୀୟ ବାଲ ସ୍ମାସ୍ଥ୍ୟ କାର୍ଯ୍ୟକ୍ରମ ର ନବରଙ୍ଗପୁର ଶାଖା ଦ୍ବାରା ଶିଶୁ ଏବଂ କିଶୋର କିଶୋରୀମାନଙ୍କ ଠାରେ ହୃଦ୍ରୋଗ ନିମନ୍ତେ ସର୍ଜରୀ ଆବଶ୍ୟକ ଥିବା ଶିଶୁ /କିଶୋର କିଶୋରୀମାନଙ୍କ ଚିହ୍ନଟୀକରଣ ଶିବିର ଜିଲ୍ଲା ମୁଖ୍ୟ ଚିକିତ୍ସାଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନାରାୟଣ ହୃଦ୍ୟାଳୟ, ରାୟପୁରର ବିଶେଷଜ୍ଞ ଦଳ ଆସିଥିବା ବେଳେ ଶ୍ରୀ ପ୍ରଶାନ୍ତ ଦାସ, ପରାମର୍ଶଦାତା, ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓଡ଼ିଶା ଉପସ୍ଥିତ ରହି ଶିବିରର ତଦାରଖ କରିଥିଲେ । ଶିବିରର ପ୍ରାରମ୍ଭରେ ଡଃ, ସନ୍ତୋଷ କୁମାର ପଣ୍ଡା, ଜିଲ୍ଲା ମୁଖ୍ୟଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରେ ସର୍ବମୋଟ ୬୯ ଜଣ ପିଲାଙ୍କସ୍ୱାସ୍ଥ୍ୟ ପରୀକ୍ଷା କରି ୩୯ ଜଣ ପିଲାଙ୍କୁ ଉଚ୍ଚତ୍ତର ଚିକିତ୍ସା କେନ୍ଦ୍ରକୁ ପ୍ରେରଣ କରିବା ପାଇଁ ଚିହ୍ନଟ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିନସ୍ଥ ଭ୍ରାମ୍ୟମାଣ ସ୍ବାସ୍ଥ୍ୟଦଳ ଗୁଡ଼ିକ ଦ୍ବାରା ଏହି ଶିଶୁମାନଙ୍କୁ ଚିହ୍ନଟ କରାଯାଇ ଶିବିର କ୍ଷେତ୍ରକୁ ଅଣାଯାଇଥିଲା । ଏହି କାର୍ଯ୍ୟକ୍ରମ କୁ ଫିରୋଜ ବାଘ ଜିଲ୍ଲା ସହ-ପରିଚାଳକ ,ଆର.ବି.ଏସ୍. କେ. ଏହି ଶିବିରର ସଂଯୋଜନା କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ,ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,ମନ୍ତ୍ରୀଙ୍କ ପ୍ରତିନିଧି ରମେଶ ସାହୁ ଶିବିର ପରିଦର୍ଶନ କରିଥିଲେ। ଶିବର ଶେଷରେ, ଡଃ. ନବକିଶୋର ବେହେରା ଡି. ପି. ଏଚ୍. ଓ., ଡଃ. ମଳୟ କୁମାର ତ୍ରିପାଠୀ ଏ ଡି ପି ଏଚ ଓ (ପରିବାର କଲ୍ୟାଣ),ଶ୍ରୀ ସୁଶାନ୍ତ ପ୍ରହରାଜ ଡି ପି ଏମ, ଏନ.ଏଚ୍.ଏମ ଙ୍କ ଉପସ୍ଥିତିରେ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଦେଇ ଶିବିରର ଉଦ୍ଯାପନ କରା ଯାଇଥିଲା ।