୧୬୪ ପଏଣ୍ଟରେ ସେନ୍ସେକ୍ସ ବନ୍ଦ
ମୁମ୍ବାଇ, (ଏଜେନ୍ସି): ସୋମବାର ଶେୟାର ବଜାର କାରବାର ବୃଦ୍ଧିରେ ବନ୍ଦ ହୋଇଛି । କମ୍ପାନୀଗୁଡ଼ିକର ତ୍ରୈମାସିକ ଫଳାଫଳ ଓ ବିଶ୍ୱସ୍ତରୀୟ ସଙ୍କେତ ଦ୍ୱାରା ନିବେଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବା ଦ୍ୱାରା ଆଇଟି, ଟେକ୍, ଅଟୋ, ମେଟାଲ ସେକ୍ଟରରେ ଉଚ୍ଚ କାରବାର ଯୋଗୁଁ ଭାରତୀୟ ଶେୟାର ବଜାର ବୃଦ୍ଧିରେ ବନ୍ଦ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୬୪ ପଏଣ୍ଟ ତଥା ବୃଦ୍ଧି ସହିତ ୩୮,୮୩୭ ପଏଣ୍ଟରେ ଓ ଏନ୍ଏସ୍ଇର ୫୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୩୧ ପଏଣ୍ଟ ବୃଦ୍ଧିରେ ୧୧,୬୫୫ ପଏଣ୍ଟରେ ବନ୍ଦ ହୋଇଛି ।