‘ଜାୟେଦ ମେଡାଲ’ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ

ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ)ର ସର୍ବୋଚ୍ଚ ସମ୍ମାନ ‘ଜାୟେଦ ମେଡାଲ’ରେ ସମ୍ମାନିତ କରାଯାଇଛି। ୟୁଏଇ ରାଷ୍ଟ୍ରପତି ଖଲିଫା ବିନ୍‍ ଜାୟେଦ ଅଲ ନାହୟାନ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।ଆବୁଧାବି ରାଜା ତଥା ୟୁଏଇ ସଶସ୍ତ୍ର ବଳର ଉପ-ମୁଖ୍ୟ କମାଣ୍ଡର ସେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଟ୍ୱିଟ୍‍ କରିଛନ୍ତି ଯେ ‘ଭାରତ ସହ ଆମର ଐତିହାସିକ ଏବଂ ଦ୍ୱିପାକ୍ଷିକ ରଣନୀତିକ ସମ୍ପର୍କ ରହିଛି ଓ ମୋର ପ୍ରିୟ ବନ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ ଭୂମିକା ଯୋଗୁଁ ଏହି ସମ୍ପର୍କ ଅଧିକ ଦୃଢ ହୋଇଛି। ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୟୁଏଇ ରାଷ୍ଟ୍ରପତି ତାଙ୍କୁ ‘ଜାୟେଦ ମେଡାଲ’ ପ୍ରଦାନ କରିଛନ୍ତି।ପ୍ରକାଶଯୋଗ୍ୟ ଯେ ‘ଜାୟେଦ ମେଡାଲ’ ରାଜା, ରାଷ୍ଟ୍ରପତି ଏବଂ ଦେଶର ପ୍ରମୁଖ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ