ସାରସମାଲ ମଣ୍ଡିରେ ଉଠୁନି ଧାନ ରାଜରାସ୍ତ ରେ ଚାଷୀ
ଡୁଙ୍ଗୁରିପାଲି,(ୱାଇଏନଏସ):ଡୁଙ୍ଗୁରିପାଲି ବ୍ଲକ ସରସମାଲ ମଣ୍ଡିକୁ ଆସୁନି ଗାଡ଼ି, ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା l ଗତ 10 ତାରିଖରୁ ମଣ୍ଡି ଖୋଲିଛି ହେଲେ ସlରସମାଲ ମଣ୍ଡି ରୁ ଏଯାଏ ଗୋଟିଏ ବସ୍ତା ଭି ଉଠିନି ଧାନ l ଏହାକୁ ନେଇ ରାଜରାସ୍ତା ରେ ଚାଷୀ l ନୂତନ କରି ଆସିଥିବା ସରକାର ଚାଷୀଙ୍କୁ ମୁଖ୍ୟ ଗୁରୁତ୍ଵ ଦେବାସହ ଧାନ ବିକ୍ରି ପାଇଁ 3100 ଘୋଷଣା କରିଥିଲେ l ଚଳିତ ବର୍ଷ ଧାନ କିଣା ଆରମ୍ଭରୁ କିନ୍ତୁ କେଉଁଠି ଟୋକନ ଟେନସନ ତ ଆଉ କେଉଁଠି ଏଫଏକ୍ୟୁ ମାନର ଧାନ ଚିନ୍ତା ତ ଆଉ କେଉଁଠି ମିଲର୍ଷଙ୍କ ମାନମନିରେ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ରାଜରାସ୍ତାରେ l ସୁବର୍ଣ୍ଣପୂର ଜିଲ୍ଲାରେ ଗତ 10 ତାରିଖରୁ ଧାନ କିଣା ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିଲା l ପ୍ରଥମ କରି ଜିଳ୍ଲାର ବିନିକା ଓ ଡୁଙ୍ଗୁରିପାଳି ବ୍ଲକରେ ଆନୁଷ୍ଠାନିକ ଭାବରେ ପୂଜା ପାଠ କରି ଜିଲ୍ଲା ପ୍ରଶାସନ ଚଲିତ ବର୍ଷର ଧାନକିଣା ଆରମ୍ଭ କରିଥିଲା l କିନ୍ତୁ ଧାନ କିଣା ଆରମ୍ଭରୁ ବିନିକା ଧାନମଣ୍ଡିରେ ଚାଷୀ ଜିଲ୍ଲାପାଲଙ୍କ ଉପସ୍ଥିତିରେ ଟୋକନ ଟେନସନକୁ ନେଇ ହୋହାଲ୍ଲା କରିଥଲେ ଚାଷୀ l ଆଜିକୁ 14 ଦିନ ହେବ ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିଲେ ମଧ୍ୟ କେଉଁଟି ଧାନ ବିକ୍ରି ପାଇଁ ଟୋକନ ଟେନସନ ରହୁଛି ତ ଆଉ କେଉଁଠି ଏନାଲାଇଜର ମେସିନ ପାଇଁ ଚାଷୀ ଧାନ ବିକ୍ରି କରି ପାରୁନି l ଆଜି ଡୁଙ୍ଗୁରିପାଳି ବ୍ଲକ ସାରସମାଲ ସାଇଁ ବାବା ସ୍ଵୟଂ ସହାୟକ ଗୋଷ୍ଠୀ ଧାନ ମଣ୍ଡିରୁ ଧାନ ଉଠୁ ନଥିବାରୁ ଚାଷୀ ଧାନ ବସ୍ତା ରଖି ବରଗଡ଼ ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ସାରସମାଲ ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି l କିଛି ମଣ୍ଡିରୁ ଧାନ ଉଠୁ ଥିବା ବେଳେ ଆଉ କିଛି ମଣ୍ଡିରେ ପଡ଼ି ରହିଛି ଚାଷୀର ହଜାର ହଜାର ବସ୍ତା ଧାନ l ସାରସମାଲ ମଣ୍ଡିରୁ କିଛି ଦୀନ ହେବ ଧାନ ଉଠୁ ନଥିବାରୁ ପୂର୍ବରୁ ପ୍ରଶାସନକୁ ଅନେକ ଥର ଜଣାଇବା ପରେ ମଧ୍ୟ କୌଣସି ସମାଧାନ ହୋଇନଥିବାରୁ ରାଜ ରାସ୍ତାକୁ ଉଳାଇଛନ୍ତି ଚାଷୀ l ବରଗଡ଼ ସୁବର୍ଣ୍ଣପୁର ମୁଖ୍ୟ ରାସ୍ତା ସାରସମାଲ ଠାରେ ଚାଷୀ ଧାନ ବସ୍ତା ରଖି ରାସ୍ତା ରୋକ ସହ ଧାରଣାରେ ବସିଛନ୍ତି l ଜିଲ୍ଲା ପ୍ରଶାସନକୁ ପୂର୍ବରୁ ଏନେଇ ଚାଷୀ ଅସୁବିଧା ଜଣାଇଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ବାଧ୍ୟ ହୋଇ ରାଜରାସ୍ତାରେ ଚାଷୀ l ଯେତେ ସମୟ ପର୍ୟ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ନହୋଇଛି ସେତେ ସମୟ ପର୍ଯ୍ୟନ୍ତ ଚାଷୀ ଧାରଣାରେ ବସି ରହିଥିବେ ବୋଳି କହିଛନ୍ତି l ଚଳିତ ବର୍ଷ ଚାଷୀ ଧାନ ବିକ୍ରି କରି ପୁଣି ରବି ଋତୁର ଧାନ ଚାଷର କାର୍ଯ୍ଯ ଆରମ୍ଭ କରିବାକୁ ମାନରେ ଥିଲା ଅନେକ ଆଶା l କିନ୍ତୁ ଚଳିତ ବର୍ଷର ଧାନ କିଣା ବ୍ୟବସ୍ଥାକୁ ନେଇ ଚିନ୍ତାରେ ପଡି ଯାଇଛି ଚାଷୀ l ଚାଷୀ ଚାଷ କାର୍ଯ୍ଯ ଆରମ୍ଭରୁ ସାହୁକାର ପାଖରୁ ଋଣ ଆଣି ଚାଷ କଟିଥାଏ l ଚାଷୀ ଧାନ ବିକ୍ରି କରିବା ପରେ ସାହୁକାର ପାଖରୁ ଆଣିଥିବା ଋଣକୁ ପରିଶୋଧ କରିଥାନ୍ତା l କିନ୍ତୁ ଏଥର ମଣ୍ଡିରେ ରହିଥିବା ଏନାଲାଇଜର ମେସିନରେ ଯେମିତି ଧାନ ନେଲେ ଚାଷୀର ଏଫଏକ୍ୟୁ ମାନର ଧାନ ଦେଖାଇ ପାରୁନି l ସେଥିପାଈଁ ଚାଷୀ ଏନାଲାଇଜର ମେସିନକୁ ମଧ୍ୟ ବିରୋଧ କରି ପୂର୍ବ ବର୍ଷ ଭଳି ଧାନକିଣା କରାଯିବା ପାଇଁ ଦାବି ରଖୁଛନ୍ତି l ମିଲର୍ଷଙ୍କ ମନମାନିରେ ମଣ୍ଡିକୁ ଗାଡ଼ି ଆସୁନଥିବାରୁ ମଣ୍ଡିରେ ପଡ଼ି ରହିଛି ସହ ସହ ବସ୍ତା ଧାନ l ଚାଷୀ ରାଜ ରାସ୍ତାକୁ ଆସିବା ପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବିଭାଗୀୟ ଅଧିକାରୀ, ସୁବର୍ଣ୍ଣପୁର ଉପ ଜିଲ୍ଲାପାଲ, ପୋଲିସ ପ୍ରଶାସନ ମଧ୍ୟ ଘଟଣା ସ୍ଥଳରେ ଆସି ଚାଷୀଙ୍କ ସହ ଆଲୋଚନା କରିଥଲେ l ବିଭାଗୀୟ ଅଧିକାରୀ ମାନେ ଚାଷୀଙ୍କ ଶହ ଆଲୋଚନା କରିଥିଲେ ମଧ୍ୟ ଚାଷୀ ଧାନ ମଣ୍ଡିରେ ଧାନ ନଉଠିବା ପର୍ଯ୍ୟନ୍ତ ଆନ୍ଦୋଳନ ରାସ୍ତାରୁ ଉଠିବେ ନାହିଁ ବୋଳି କହିଛନ୍ତି l ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିଦେଇଛନ୍ତି l ଚାଷୀଙ୍କ ସହ ଆଲୋଚନା କରାଯାଉଛି ଆଲୋଚନା ପରେ କହି ପାରିବୁ ବୋଳି କହିଛନ୍ତି ବିଭାଗୀୟ ଅଧିକାରୀ l ଅନ୍ୟ ପଟେ ପୂର୍ବରୁ ଯଉଭଳି ସରକାର ଧାନ କିଣୁଥିଲେ ସେହି ପରି ଧାନ କିଣିବା କୁ ଚାଷୀ ଜିଦ୍ ଧରିଛି lଅନ୍ୟ ପଟେ ଉପ ଜିଲ୍ଲାପାଳ ଘଟଣl ସ୍ତଳ କୁ ଆସି ଚାଷୀ ଙ୍କୁ ବୁଝା ଶୁଝା କରିବା ସହିତ ଏହି ସମସ୍ୟା ର ସମାଧନ ତୁରନ୍ତ କରାଯିବ ବୋଲି କହିଛନ୍ତି lରାସ୍ତା ଉପରେ ଚାଷୀଙ୍କ ରାସ୍ତାରୋକ ଚାଲିବା ସହିତ ଆନ୍ଦୋଳନ ଚାଲି ରହିଛି l ରାଜ ରାସ୍ତାରେ ଚାଷୀ ମାନେ ନାରା ବାଜି ଦେବା ସହିତ ଜିଲ୍ଲା ପ୍ରଶାସନ କେବେ ଚାଷୀଙ୍କ ସମସ୍ୟା ସମାଧାନ କରିବ ସେନେଇ ଦେଖିବାକୁ ବାକି ରହିଲା l
…