ନୂଆପଡ଼ା ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ବୋଡ଼େନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ

ବୋଡେ଼ନ, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲାପାଳ ଅଭିଯୋଗ ଶୁଣାଣୀ ଶିବିର ବୋଡ଼େନ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗ ଦେଇ ୯୦ ଗୋଟି ଅଭିଯୋଗ ଶୁଣାଣି କରି ଆବଶ୍ୟକ ପଦକ୍ଷେପ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଛନ୍ତି। ବିଶେଷ କରି ପାନୀୟ ଜଳ, ଆବାସ ଯୋଜନା ରେ ଘର, ମନରେଗା ଯୋଜନାରେ କାମ ପାରିଶ୍ରମିକ ଭଳି ଅନେକ ଅଭିଯୋଗ ଗ୍ରହଣ ହୋଇ ଅତିଶିଘ୍ର ସମାଧାନ ନେଇ ଅଧିକାରୀ ମାନେ ପ୍ରକାଶ କରିଛନ୍ତି। ଏହି ଶିବିର ରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ