ଚକରା ବିଷୋୟୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ନୂଆପଡା ଚାମ୍ପିଅନ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ):ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ସ୍ମୃତିରେ ଭଞ୍ଜନଗର ବାହାଡ଼ାପଦର କ୍ରିକେଟ୍ କ୍ଲବ୍ ପକ୍ଷରୁ ଆୟୋଜିତ ଚକରା ବିଷୋୟୀ କ୍ରିକେଟ୍ ଟୁର୍ନାମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି।ଫାଇନାଲ୍ରେ ପାଲକପଣ୍ଡା ଦଳକୁ ହରାଇ ନୂଆପଡ଼ା ଟିମ୍ ଚାମ୍ପିଅନ୍ ଘୋଷିତ ହୋଇଛି। ପାଲକପଣ୍ଢା ପ୍ରଥମେ ବ୍ୟାଟିଂ କରି ୮୬ ରନ୍ ସଂଗ୍ରହ କରିଥିବା ବେଳେ ନୂଆପଡ଼ା ଦଳ ମାତ୍ର ୭ ଓଭର୍ରେ ଲକ୍ଷ୍ୟ ହାସଲ କରିନେଇଥିଲା । ଉଦ୍ଯାପନୀ ସମାରୋହରେ ୫୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ସଦସ୍ୟା ଶୈଳବାଳା ବିଶୋୟୀ, ସରପଞ୍ଚ ଲକ୍ଷ୍ମଣ ନାୟକ, ସମାଜସେବୀ ସୁବାସ ଚନ୍ଦ୍ର ପ୍ରଧାନ, ପ୍ରାକ୍ତନ ଏବିଇଓ ଜଗବନ୍ଧୁ ଜେନା, ନେତାଜୀ ବିଷୋୟୀ, ଶିକ୍ଷାବିତ୍ ସନ୍ତୋଷ ଜେନା, ଡ଼ ସୂର୍ଯ୍ୟ ପ୍ରଧାନ, ଡ଼ ମନୋଜ କୁମାର ପାତ୍ର, ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ ଓ ସ୍ଥାନୀୟ ପ୍ରଧାନଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଦୁଇ ଦଳକୁ ପୁରସ୍କୃତ କରିଥିଲେ।ଆୟୋଜକ ଭାବରେ ବାହାଡାପଦର କ୍ରିକେଟ କ୍ଲବର ସାଇରାଜ, ଝଙ୍କାର, ବବୁଲ, ସାନୁ, ସଉଦା, ଗୁଡ଼ୁ, ରାନୁ, ତାରିଣୀ ଓ ପ୍ରମୁଖ ସଦସ୍ୟ ମାନେ ସୁପରିଚାଳନା କରିଥିଲେ। ଅମ୍ପାୟାର ଭାବେ ଶଙ୍କର ଓ ଦ୍ବିତିକୃଷ୍ଣ ଖେଳକୁ ପରିଚାଳନା କରିଥିଲେ।ପୂର୍ବତନ ଖେଳାଳି ତଥା କ୍ଲବର ସଦସ୍ୟ ଚନ୍ଦନ, ପପୁ, ସଂଗ୍ରାମ, ଶଙ୍କର ରହି କ୍ରୀଡ଼ାବିତ ମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ । ସ୍ପନ୍ସର ରୂପରେ ଚିନ୍ମୟୀ ଡିଜିଟାଲ ଏକ୍ସରେ ପ୍ରତି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ସହ ମ୍ୟାନ ଅଫ ଦ ସିରିଜ ରୂପରେ ଏକ ଜିଓ ଫୋନ ପ୍ରଦାନ କରିଥିଲେ।