କଏଦୀଙ୍କୁ ପ୍ରେମ କରି ଜେଲ୍‌ ଗଲେ ଜେଲର୍‌

ବ୍ରିଟେନ୍‌ : ପ୍ରେମରେ ନାହିଁ ବାଧା ବନ୍ଧନ। କିନ୍ତୁ ଏହି ପ୍ରେମ ଜଣେ ଜେଲରଙ୍କ ପାଇଁ ମହଙ୍ଗା ପଡ଼ିଛି। ସୁନ୍ଦରୀ ଜେଲର୍‌ ଜଣଙ୍କ ପ୍ରେମ କରୁଥିଲେ ଜଣେ ଅପରାଧୀକୁ, ଯିଏ କଏଦୀ ଭାବେ ଜେଲରେ ରହୁଥିଲେ। ଜେଲ ଭିତରେ ରୋମାନ୍ସ ମଧ୍ୟ କରୁଥିଲେ। ହେଲେ ଶେଷରେ ଧରାପଡ଼ିଲେ। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ବ୍ରିଟେନର ଓ୍ବେଲସର ବାର୍ବିନ ଜେଲରେ ।
ସୂଚନାଯୋଗ୍ୟ ଯେ, ୨୭ବର୍ଷୀୟ ମହିଳା ଜେଲର ଜଣଙ୍କ ଜଣେ ଅପରାଧୀ ସହିତ ସମ୍ପର୍କ ରଖୁଥିଲେ । ମହିଳା ଜେଲର ଜଣଙ୍କ ଅପରାଧୀ ସହିତ ବାରମ୍ବାର ଫୋନରେ କଥା ହେଉଥିଲେ । ମହିଳା ଜେଲର ଓ ଅପରାଧୀଙ୍କ ମଧ୍ୟରେ ଚାଲିଥିବା ରୋମାନ୍ସ ବେଳର ଫଟୋ ମଧ୍ୟ ଉଠାଯାଇଥିଲା । ମହିଳା ଜେଲର ଆଏଶିଆ ଗନ୍ ଓ ଅପରାଧୀ ଖୁରମ ରଜାକ (୨୯) ବୋଲି ଜଣାପଡ଼ିଛି । ଆଏଶିଆ ବାର୍ବିନ ଜେଲରେ ଜେଲର ଭାବେ ମୁତୟନ ଥିଲେ। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ୫ ମାସ ଭିତରେ କଏଦୀଙ୍କ ସହ ପ୍ରାୟ ୧୨୦୦ ଥର ଫୋନରେ କଥା ହୋଇଥିଲେ। ମାତ୍ର ଧରାପଡ଼ିବା ପରେ ଆଏଶିୟାଙ୍କୁ ୧୨ ମାସର ଜେଲ ଦଣ୍ଡାଦେଶ ହୋଇଛି। ସେ ଜେଲରେ ଥିବା ରଜାକଙ୍କୁ ନିଜର ଇଣ୍ଟିମେଟ୍ ଭିଡିଓ ପଠାଉଥିଲେ। ସେଭଳି ରଜାକ ମଧ୍ୟ ଜେଲରେ ମୋବାଇଲ ଫୋନ୍ ରଖିବା ନେଇ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମହିଳା ଜେଲରଙ୍କ ଏକ ଫଟୋ କୋର୍ଟରେ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ସେ ଜେଲର ସେଲରେ କଏଦୀଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳିଥିଲେ। ଲୁଟ୍ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିବା ରଜାକ୍ ୧୨ ବର୍ଷ ଜେଲ୍ ଦଣ୍ଡ କାଟିସାରିଛନ୍ତି। ବ୍ରିଟେନର ମୋଲ୍ଡ କ୍ରାଉନ୍ କୋର୍ଟରେ ଏହି ମାମଲରା ଶୁଣାଣି କରାଯାଇଥିଲା । ଆଏଶିଆ ନିଜର ବ୍ୟାଙ୍କ ଡିଟେଲ କଏଦୀଙ୍କ ଏକ ସହଯୋଗୀଙ୍କୁ ପଠାଯାଉଥିଲା। ଯେଉଁଥିରେ, ତାଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିଲା । ଆଏଶିୟା କୋର୍ଟରେ ମଧ୍ୟ ନିଜର ଅପରାଧ ସ୍ବୀକାର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ