ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି ଶିକ୍ଷା ବିଭାଗର କର୍ମଚାରୀ

କୋରାପୁଟ,(ହେମନ୍ତ ପାଣଗ୍ରାହୀ):ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା କୁ ନେଇ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅଣ ଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା ଙ୍କ ଦ୍ଵାରା ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟତଃ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ସରକାରୀ ନିତି ନିୟମ ର ଉଲଂଘନ କରିବା, ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଦେଶ ସଂଖ୍ୟା ୧୯୯୯୬ ତା ୨୩.୦୮.୨୦୧୩, ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଙ୍କ ଆଦେଶ ପତ୍ର ସଂଖ୍ୟା ୪୧୫୮୧ ତା ୦୮.୧୦ .୨୦୧୩, ନିର୍ଦେଶକ ପ୍ରାଥମିକ ଶିକ୍ଷା ଙ୍କ ଆଦେଶ ପତ୍ର ସଂଖ୍ୟା ୨୧୫୬୬ ତା ୨୪.୧୦.୨୦୨୪ ର ଖୋଲା ଖୋଲି ଉଲଂଘନ କରିବା । ବାରମ୍ବାର ରାଜ୍ୟ ସଂଘ ଓ ଜିଲ୍ଲା ସଂଘ ଅବଗତ କରାଇବା ସତ୍ବେ ସଂଘ କୁ ଅଣଦେଖା କରିବା ସହିତ ସଂଘ କୁ ଗୁରୁତ୍ବ ନ ଦେବା। ବେଆଇନ କର୍ମାନ୍ତର ପ୍ରେରଣ କରିବା ଆକ୍ରସ ମୁଳକ ଭାବେ କର୍ମଚାରୀ ମାନଙ୍କୁ ଅସୁବିଧା ରେ ପକାଇବା ପାଇଁ ଦୁର ଦୁରାନ୍ତକୁ କର୍ମାନ୍ତର ପ୍ରେରଣ କରିବା, ଯେଉଁ ମାନେ ଅସୁବିଧା ର ସମ୍ମୁଖୀନ ହୋଇ କର୍ମାନ୍ତର ପ୍ରେରଣ ନିମନ୍ତେ ଆବେଦନ କରିଛନ୍ତି ସେମାନଙ୍କ କ୍ଷେତ୍ରରେ ବୈମାତୃକ ମନୋଭାବ ପୋଷଣ କରି ସେମାନଙ୍କୁ କର୍ମାନ୍ତର ପ୍ରେରଣ ନ କରିବା, ଜଣେ ଅଧିକାରୀ ବିନା ଅନୁମତିରେ ସଦର ମହକୂମା ଛାଡି ଚାଲିଯାଇଥିବା ଓ ଦୀର୍ଘ ଦିନ ଧରି କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିବା ସତ୍ତ୍ବେ ତାଙ୍କୁ ଘଣ୍ଟ ଘଡାଇ ରଖିବା ଏବଂ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ନେଇ ସଭାପତି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ଯଦି ୮ ଦିନ ମଧ୍ୟରେ ସଂଘ ର ଦାବି ପୁରଣ ନ ହୁଏ ତାହେଲେ ଓଡ଼ିଶା ଅମଲା ସଂଘ, ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି, ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ର କର୍ମକର୍ତ୍ତା ମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୋରାପୁଟ ସମ୍ମୁଖରେ ଧାରଣା ଦେବା ନିମନ୍ତେ ଶ୍ରୀ ଦାଶ୍ ସୁଚନା ଦେଇଛନ୍ତି।ପ୍ରକାଶ ଥାଉକି ଶ୍ରୀ ଶଶୀ ଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ସଭାପତି ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ରାଜ୍ୟ ସଭାପତି ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା ଙ୍କ ସହିତ ଓଡ଼ିଶା ଅମଲା ସଂଘ ର ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓ ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ର ରାଜ୍ୟ ଉପ ସଭାପତି ପଦବୀରେ ମଧ୍ୟ ରହିଛନ୍ତି। ତେଣୁ ରାଜ୍ୟ ନେତୃତ୍ବ ମଧ୍ୟ ଧାରଣା ରେ ଯୋଗଦାନ କରିବେ ବୋଲି ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି।ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ମହେଶ୍ୱର ମିଶ୍ର ସମ୍ପାଦକ ଓଡ଼ିଶା ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ସୁଜାତା ମହାପାତ୍ର କାର୍ଯ୍ୟ ନିର୍ବାହୀ ସଦସ୍ୟା ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘ ଓଡ଼ିଶା, ବରିଷ୍ଠ ସଦସ୍ୟ ଶ୍ରୀ ତ୍ରିନାଥ ପାଣିଗ୍ରାହୀ, ଶ୍ରୀ ନିରଞ୍ଜନ ପଣ୍ଡା, ଶ୍ରୀ ସୂର୍ଯ୍ୟ ମହାରଣା, ଶ୍ରୀ କୁମୁଦ ମିଶ୍ର, ଶ୍ରୀ ସାନ୍ତୁନୁ କୁମାର ଜେନା, ଶ୍ରୀ ଅଜୟ କୁମାର ପ୍ରଧାନ, ଶ୍ରୀ ସିମାଞ୍ଚଳ ବିଷୟୀ, ଶ୍ରୀ ପ୍ରସାନ୍ତ କୁମାର ରାଉଳ, ଶ୍ରୀ ଜ୍ଞାନ ରଞ୍ଜନ ଛାଟଇ, ଶ୍ରୀ ନରସିଂହ ସାବତ, ଶ୍ରୀ ବିଜୟ କୁମାର ଖଟୁଆ, ଶ୍ରୀ ହେମନ୍ତ କୁମାର ଚାନ୍ଦ, ଶ୍ରୀ ଦିଲିପ୍ କୁମାର ମିଶ୍ର, ଶ୍ରୀ ରୁଦ୍ର ପ୍ରସନ୍ନ ପାଣିଗ୍ରାହୀ ଙ୍କ ସମେତ ବହୁ ସଦସ୍ୟ ଯୋଗଦାନ କରିଥିଲେ ପରିଶେଷରେ ଶ୍ରୀ ଦାଶ୍ ମିଡ଼ିଆ ବନ୍ଧୁ ଓ ଉପସ୍ଥିତ କର୍ମଚାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ