ଥରୁଛି ଉତ୍ତର ଭାରତ ମୃତ୍ୟୁ ସଂଖ୍ୟା ୪୦ଛୁଇଁଲା

ନୂଆଦିଲ୍ଲୀ- ଉତ୍ତର ଭାରତରେ ଦିନକୁ ଦିନ ପାରଦ କମିବାରେ ଲାଗିଛି । ଦିଲ୍ଲୀ, ହରିୟାଣା, ୟୁପି ସମେତ ହାଡଭଙ୍ଗା ଶୀତରୁ ତ୍ରାହି ମିଳିନାହିଁ । ପ୍ରବଳ ଶୀତ କାରଣରୁ ଉତ୍ତରପ୍ରଦେଶରେ ମଙ୍ଗଳବାର ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଶୀତ ପ୍ରକୋପରେ ବୁନ୍ଦେଲଖଣ୍ଡ ଏବଂ ୟୁପିର ମଧ୍ୟ ଭାଗରେ ୧୭ ଜଣଙ୍କ ମୃତ୍ୟୁ ହୋଇଛି। କେବଳ କାନପୁର ସହରରେ ୧୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଫତେହପୁର ଏବଂ ଐରୋୟାରେ ଦୁଇ ଜଣଙ୍କ ଲେଖାଏଁ ମୃତ୍ୟୁ ହୋଇଛି । ଶୀତ କାରଣରୁ ଭଦୋହୀ ଅଞ୍ଚଳରେ ଦୁଇ ଜଣ ଏବଂ ବଲିୟା, ଜୌନପୁର, ବାରାଣସୀରେ ଜଣେ ଲେଖାଏଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବୁନ୍ଦଲଖଣ୍ଡର ତାପମାତ୍ରା ୩ ଡିଗ୍ରୀ ତଳେ ରହିଥିବା ବେଳେ ବହରାଇଚ୍ ଅଞ୍ଚଳରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିବା ଜଣାପଡିଛି। ଅନ୍ୟ କେତେକ ସହରର ତାପମାତ୍ରା ୨ରୁ ୭ ଡିଗ୍ରୀ ମଧ୍ୟରେ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ