ଚଳିତ ଦଶନ୍ଧିର ୱିସଡେନ ଟେଷ୍ଟ ଟିମ୍ : ଦିନିକିଆ ଦଳରେ ଧୋନି, କୋହଲି

ଲଣ୍ଡନ : ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଚଳିତ ଦଶନ୍ଧିର ୱିସଡେନ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । କୋହଲିଙ୍କୁ ଏହି ଦଳରେ ଅଧିନାୟକ ମନୋନୀତ ହୋଇଛନ୍ତି । ସେହିପରି ୱିସଡେନ ଦିନିକିଆ ଦଳରେ ୩ ଜଣ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ କୋହଲି, ରୋହିତ ଶର୍ମା ଓ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟରେ ଷ୍ଟାର ବ୍ୟାଟସମ୍ୟାନ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୮୪ଟି ଟେଷ୍ଟରୁ ୫୪.୯୭ ଆଭରେଜରେ ୭,୨୦୨ ରନ କରିଥିବାବେଳେ ସେଥି ମଧ୍ୟରେ ୨୭ଟି ଶତକ ଓ ୨୨ଟି ଅର୍ଦ୍ଧଶତକ ସାମିଲ ରହିଛି । ସେହିପରି ଅଶ୍ୱିନ ୭୦ଟି ଟେଷ୍ଟ ଖେଳି ୩୬୨ଟି ଓ୍ବିକେଟ ହାସଲ କରିଛନ୍ତି । ସେଥି ମଧ୍ୟରୁ ୨୭ ଇର ୫ଟି ୱିକେଟ ସଫଳତା ସାମିଲ ରହିଛି । ଦିନିକିଆ କ୍ରିକେଟରେ କୋହଲି, ଧୋନି ଓ ରୋହିତ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । କୋହଲି ୨୪୨ ମ୍ୟାଚ ଖେଳି ୫୯.୮୪ ଆଭରେଜରେ ୧୧,୬୦୯ ରନ୍ କରିଛନ୍ତି । ସେଥି ମଧ୍ୟରୁ ୪୩ ଟି ଶତକ ଓ ୫୫ଟି ଅର୍ଦ୍ଧଶତକ ସାମିଲ ରହିଛି । ରୋହିତ ୨୨୧ଟି ମ୍ୟାଚରୁ ୮,୯୪୪ ରନ କରିଛନ୍ତି। ସେ ୨୮ଟି ଶତକ ଓ ୪୩ ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ୨୦୧୯ କ୍ୟାଲେଣ୍ଡର ବର୍ଷରେ ୨,୪୪୨ ରନ କରି ଶ୍ରୀଲଙ୍କାର ସନତ ଜୟସୁରିଆଙ୍କ ରେକର୍ଡ ଭଙ୍ଗ କରିଥିଲେ । କୋହଲି ଓ ରୋହିତ ଚଳିତ ବର୍ଷ ଦିନିକିଆ ମାନ୍ୟତାରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି । ଧୋନି ୩୫୦ ମ୍ୟାଚରୁ ୧୦,୭୭୩ ରନ କରିଛନ୍ତି ।
ଟେଷ୍ଟ ଦଳ: ଆଲିଷ୍ଟର କୁକ, ଡେଭିଡ ୱାର୍ଣ୍ଣର, କୁମାର ସାଙ୍ଗାକାରା, ଷ୍ଟିଭ ସ୍ମିଥ, ବିରାଟ କୋହଲି, ବେନ ଷ୍ଟୋକ୍ସ, ଏବି ଡି ଭିଲର୍ସ, ରବିନ୍ଦ୍ର ଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, କାଗିସୋ ରାବାଡା, ଜେମ୍ସ ଆଣ୍ଡରସନ ।
ଦିନିକିଆ ଦଳ: ରୋହିତ ଶର୍ମା, ବିରାଟ କୋହଲି, ଡେଭିଡ ୱାର୍ଣ୍ଣର, ଏବି ଡି ଭିଲର୍ସ, ଜୋସ ବଟଲାର, ସାକିବ ଅଲ ହାସନ, ମହେନ୍ଦ୍ର ସିଂହ ଧୋନି, ଲାସି ମାଲିଙ୍ଗା, ମିତେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ ଡେଲ୍ ଷ୍ଟେନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ