ଭୋଦର ଗ୍ରାମ ପ୍ରବେଶ ପଥ ତୋରଣ ଲୋକାର୍ପିତ
ନିମାପଡା,(ସନ୍ତୋଷ ଦାଶ): ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭୋଦର ଗ୍ରାମ ପଂଚାୟତ ର ଭୋଦର ଗ୍ରାମ ପ୍ରବେଶ ପଥ ତୋରଣ କୁ ଆଜି ଅପରାହ୍ନରେ ସ୍ଥାନୀୟ ସରପଞ୍ଚ ଚାରୁଲତା ବେହେରା ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ ।ଚାରିଛକ – ନିଆଳି ରାସ୍ତା ର ପୁରୁଣା ଫାଣ୍ଡି ଛକ ଠାରେ ସ୍ବର୍ଗତ କାହ୍ନୁ ଚରଣ ଦାଶ ଙ୍କ ସ୍ମୃତିରେ ତାଙ୍କ ପୁତ୍ର ଇଂ. ବିଶ୍ୱଜିତ ଦାଶ ଏହି ପ୍ରବେଶ ପଥ ତୋରଣ ନିର୍ମାଣ ଲାଗି ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ। ଏହି ଲୋକାର୍ପଣ ଉତ୍ସବ ରେ ସମାଜସେବୀ ଚନ୍ଦ୍ରକାନ୍ତ ଦଳାଇ ଇଂ.ବିଶ୍ୱଜିତ ଦାଶ, ଇଂ. ଉମା ଶଙ୍କର ଦଳାଇ, ସୁଜିତ ଦାଶ, କ୍ୟାପଟେନ ଶୈଳେନ୍ଦ୍ର ବେହେରା, ଆଶୁତୋଷ ଘୋଷାଲ, ୱାର୍ଡସଭ୍ୟା ସବିତା ରାଣୀ ସିହ୍ନା ,ସର୍ବେଶ୍ୱର ବାରିକ, ସମାଜସେବୀ ସନାତନ ପାତ୍ର, ଡଃ. କେଦାରନାଥ ସାହୁ ସୁରେନ୍ଦ୍ର ମହାପାତ୍ର, ପ୍ରଶାନ୍ତ କୁମାର ବେହେରା ,ପ୍ରଶାନ୍ତ କୁମାର ଦେବ ଗୋସ୍ୱାମୀ, ଦେବ ପ୍ରସାଦ ଦାଶ, ସାମ୍ବାଦିକ ବସନ୍ତ ଦାଶ ଙ୍କ ସମେତ ବହୁ ଜନସାଧାରଣ ଯୋଗ ଦେଇଥିଲେ।