ରାଇକିଆ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ
ରାଇକିଆ, (ଆଦିତ୍ୟ ପ୍ରସାଦ ପାଢ଼ୀ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରିର ପ୍ରତିଷ୍ଠା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆସନ୍ତା ମାର୍ଚ୍ଚ ୪ ରୁ ୧୧ ଏକ ସପ୍ତାହ ବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ବେଳେ କଳସ ଯାତ୍ରା, ବନଯାଗ, ରତ୍ନ ମୁଦ ପ୍ରତିଷ୍ଠା, ପଞ୍ଚ ଯଜ୍ଞ, ରତ୍ନ ସିଂହାସନାରୋହଣ, ଧଜ ଭ୍ରମଣ, ପୁର୍ଣ୍ଣାହୂତି, ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ଅଳ୍ପଦିନ ବାକିଥିବାବେଳେ କମିଟି ପକ୍ଷରୁ ପ୍ରସ୍ତୁତି ଜୋର୍ ସୋର୍ରେ ଚାଲିଛି । ଶନିବାର ରାଇକିଆ ଜଗନ୍ନାଥ ପରିଚାଳନା କମିଟି ପକ୍ଷରୁ ବାଇନାଥ ଦାସ, ସନ୍ତୋଷ କୁମାର ପାଢି, କାମଦେବ ବେହେରା, ସିମାଞ୍ଚଳ ପ୍ରଧାନ, ମିଟୁ ସ୍ଵାଇଁ, ପଦ୍ମଚରଣ ପଣ୍ଡା, ଶ୍ରୀନିବାସ ଆଚାରୀ, ବାପି ଦାସ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କଠାରେ ପୂଜାର୍ଚ୍ଚନା କରିବା ସହ ଆଜ୍ଞା ମାଳ ନେଇ ରାଇକିଆରେ ପହଞ୍ଚିବା ପରେ ରବିବାର ଅପରାହ୍ନରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା । ଶୁଭଖୁଣ୍ଟି ସ୍ଥାପନ ପରେ କମିଟି ପକ୍ଷରୁ ମହାପ୍ରଭୁଙ୍କ ଆଜ୍ଞା ମାଳକୁ ରାଇକିଆ ସହର ପରିକ୍ରମା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ବାଇନାଥ ଦାସ, ଦୁର୍ଜ୍ୟୋଧନ ଲେଙ୍କା,ସନ୍ତୋଷ କୁମାର ଲେଙ୍କା, ରାମ ପଣ୍ଡା, ସନ୍ତୋଷ ପଣ୍ଡା, ପ୍ରଭାକର ପାଢି, ଦେବ ପାଢିଙ୍କ ସମେତ ଗ୍ରାମବାସୀ, କୀର୍ତ୍ତନ ମଣ୍ଡଳୀ ଯୋଗଦାନ ପୂର୍ବକ ସହଯୋଗ କରିଥିଲେ ।