ଅଜଣା ଗାଡି ଧକ୍କାରେ ଶିଶୁ ମୃତ,ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ବେଲଗାଁ ଥାନା ଭାବନ୍ଧ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ୯ ବର୍ଷ ଶିଶୁର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ବେଲଗାଁ ଥାନା ଭାବନ୍ଧ ଗ୍ରାମର ସୁଶାନ୍ତ ବେହେରାଙ୍କ ପୁଅ ଆହାନ ବେହେରା (୯) ।
ମିଳିଥିବା ସୂଚନା ପ୍ରକାରେ, ରବିବାର ସନ୍ଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ବେଲଗାଁ ଥାନା ଭାବନ୍ଧ ଗ୍ରାମର ଆହାନ ବେହେରା ଟିୟୁସନ ସାରି ଚାଲି ଚାଲି ଘରକୁ ଫେରିବା ସମୟରେ ସ୍ଥାନୀୟ ଗ୍ରାମ ଅଭିରାମ ମଠ ସମ୍ମୁଖରେ ଏକ ଅଜଣା ଗାଡି ଆହାନଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲା। ଘଟଣା ପରେ ସ୍ଥାନୀୟ ଗ୍ରାମବସୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ରାସ୍ତା ଉପରେ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଦୀର୍ଘ ସମୟ ଧରି ପୁରୁଷୋତ୍ତମପୁର – ବ୍ରହ୍ମପୁର ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ଘଟିଛି। ଖବର ପାଇ ବେଲଗାଁ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଉତ୍ୟକ୍ତ ଗ୍ରାମବାସୀ ଦୂର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବା, ବାଳକଙ୍କୁ ଗିରଫ କରିବା ସହ ଏବଂ କ୍ଷତିପୂରଣ ଦାବି କରି ନିଜ ଜିଦରେ ଅଟଳ ରହିଛନ୍ତି। ଖବର ଲେଖା ହେବା ସୁଦ୍ଧା ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିବା ସହ ରାସ୍ତାରୋକ ଜାରୀ ରହିଥିବା ଜଣାପଡିଛି।
ଫୋଟ –