ଫେବୃଆରୀ ୧୬ରେ ବିଧାନସଭା ଘେରିବେ ଶିକ୍ଷକ
ଭୁବନେଶ୍ବର, (ସମୀର ରଞ୍ଜନ ନାୟକ):୩ ଦଫା ଦାବି ନେଇ ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ। ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଉନାହାନ୍ତି । ୨୦୧୦ରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି ।ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଅଧିନିୟମକୁ ସରକାର ଏଯାବତ୍ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଲେଣି । ଶିକ୍ଷା ଅଧିକାର ଆଇନରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭିଭୂମିର ବିକାଶ କରୁନାହାନ୍ତି ।ଭୁବନେଶ୍ବର : ୩ ଦଫା ଦାବି ନେଇ ଆସନ୍ତା ୧୬ରେ ବିଧାନସଭା ଘେରିବେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ। ରାଜ୍ୟ ସରକାର ଶିକ୍ଷାକୁ ଗୁରୁତ୍ଵ ଦେଉନାହାନ୍ତି । ୨୦୧୦ରେ ଶିକ୍ଷା ଅଧିକାର ଅଧିନିୟମ ରାଜ୍ୟରେ ଲାଗୁ ହୋଇଥିଲେ ମଧ୍ୟ ସରକାର ତାହାକୁ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି ।ଉକ୍ତ ଦାବି ଗୁଡିକ ହେଲା, ୨୦୧୦ ମସିହାରେ ରାଜ୍ୟରେ ଲାଗୁ ହୋଇଥିବା ଶିକ୍ଷା ଅଧିକାର ଅଧିନିୟମକୁ ସରକାର ଏଯାବତ୍ ଆଦୌ କାର୍ଯ୍ୟକାରୀ କରୁନାହାନ୍ତି । ଆଦର୍ଶ ବିଦ୍ୟାଳୟ ନାମରେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ବିଦ୍ୟାଳୟ ଖୋଲି ଅନ୍ୟ ବିଦ୍ୟାଳୟ ବନ୍ଦ କରିବାକୁ ବସିଲେଣି । ଶିକ୍ଷା ଅଧିକାର ଆଇନରେ ପ୍ରାଥମିକ ବିଦ୍ୟାଳୟ ପାଇଁ ଉଲ୍ଲେଖ ଥିବା ଭିଭିଭୂମିର ବିକାଶ କରୁନାହାନ୍ତି ।ସେହିପରି, ନିୟମିତ ଶିକ୍ଷକ ନିଯୁକ୍ତ ନକରି ଚୁକ୍ତି ବା ସ୍କିମ ମାଧ୍ୟମରେ ଶିକ୍ଷକ ନିଯୁକ୍ତି କରୁଛନ୍ତି । ୨୦୨୨ରେ ସମସ୍ତ ବିଭାଗରୁ ଠିକା ନିଯୁକ୍ତି ଉଠାଇ ସେମାନଙ୍କର ୬ ବର୍ଷର ଚୁକ୍ତି କାର୍ଯ୍ୟକାଳ କୁ ନ୍ୟାସନାଲ ଇନକ୍ରିମେଣ୍ଟ ଦେଇ ସେହି କର୍ମଚାରୀ ମାନଙ୍କୁ ନିୟମିତ କରାଯାଇଥିଲା। ୨୦୦୧ ମସିହାରୁ ନିଯୁକ୍ତପାଇଥିବା ପ୍ରାଥମିକ ଶିକ୍ଷକ ମାନଙ୍କୁ ଉପେକ୍ଷା କରାଗଲା ।ପୂର୍ବରୁ ଶିକ୍ଷକଙ୍କ ବିଭିନ୍ନ ପ୍ରସଙ୍ଗ ଓ ଆନ୍ଦୋଳନକୁ ନେଇ ବିଧାନସଭା ଅଚଳ କରିଥିଲେ ତତ୍କାଳୀନ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କିନ୍ତୁ ସରକାର ଆସିବାର ୮ ମାସ ପରେ ବି ଦାବି କୁ ନେଇ କୌଣସି ସମାଧାନ ହୋଇନାହିଁ । ତେଣେ ବିଭିନ୍ନ ଦାବିରେ ଆସନ୍ତା ୧୬ ତାରିଖରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।