ଓଷ୍ଟା ମେଧା ବୃତ୍ତି ପରୀକ୍ଷାରେ ଛାତ୍ରୀର କୃତିତ୍ୱ
ବଡ଼ସାହି,(ନିରଞ୍ଜନ ମହାନ୍ତ): ସଦ୍ୟ ପ୍ରକାଶିତ ୨୦୨୪ମସିହା ବଡ଼ସାହି ବ୍ଲକ ମୂଷା ଗାଡିଆ ସ୍ଥିତ ବୃନ୍ଦାବନ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଓଷ୍ଟା ମେଧା ବୃତ୍ତି ପରୀକ୍ଷା ଫଳରେ ଶାଳ ଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ବେହେରା ୧୧୨କ୍ରମାଙ୍କରେ ରହି ବିଦ୍ୟାଳୟ ପାଇଁ କୃତିତ୍ୱ ଆଣି ଦେଇ ଛନ୍ତି । ଏହା କେବଳ ରାଜ୍ୟର ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇ ଥାଏ । ଏହି କୃତିତ୍ୱ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା ଓ ମୟୁର ଭଞ୍ଜ ଜିଲ୍ଲା ଓଷ୍ଟା ସଂଘର ଯୁଗ୍ମ ସମ୍ପାଦକ ପ୍ରଭାସ କୁମାର ନାୟକ ତାଙ୍କୁ ସ୍ଵାଗତ ଜଣାଇ ଛନ୍ତି.