କୋଷାଗୁମୁଡ଼ା ବ୍ଲକରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଜନଶୁଣାଣି ଶିବିର

ନବରଙ୍ଗପୁର,(ୱାଇଏନଏସ): କୋଷାଗୁମୁଡ଼ା ବ୍ଲକ ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଜିଲ୍ଲାପାଳ ପ୍ରକାଶ ମିଶ୍ର,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ , ବି ଡି ଓ ଆଶିଷ ତ୍ରୀପାଠୀ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଏହି ଜନ ଶୁଣାଣି ଶିବିରରେ ମୋଟ ୩୪ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୨୧ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୩ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ଜନ ଶୁଣାଣୀ ପରେ ଜିଲ୍ଲାପାଳ ଦୂରା ଗାଁ ସ୍ଥିତ ବିଦ୍ୟାଳୟ ର ୧୦୦ ଶଯ୍ୟା ବିଶିଷ୍ଟ ଆବାସିକ ହଷ୍ଟେଲ ନିର୍ମାଣ ର କାର୍ଯ୍ୟ କୁ ପରିଦର୍ଶନ କରିଥିଲେ।ଏହାପରେ ବରଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସହ ପାଠ ପଢ଼ା ଉପରେ ବାର୍ତ୍ତାଳାପ କରି ଓଡ଼ିଆ ଏବଂ ଇଂରାଜୀ ଶ୍ରେଣୀ ରେ ପାଠ ପଢ଼ାଇ ଥିଲେ ଏବଂ ଜଳ ବିଶୋଧନ ପ୍ଲାଣ୍ଟ ର ଅଧିକାରୀ ଙ୍କୁ ଠିକ୍ ଭାବେ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ