ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା ବିଷୟବସ୍ତୁ ଉପରେ କୁନି କୁନି ପିଲାଙ୍କ ଦ୍ଵାରା ସଚେତନତା ବାର୍ତ୍ତା
ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାଘରା ରୋଡସ୍ଥିତ ୟୁରୋ କିଡସ ପ୍ରିସ୍କୁଲର କୁନି କୁନି ପିଲାମାନଙ୍କୁ ନେଇ ସହୀଦ ସ୍ମୃତି ଭବନରେ ଗତ ୧୫ତାରିଖ ସନ୍ଧ୍ୟାରେ ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଛୋଟ ଛୋଟ ପିଲାଙ୍କ ଦ୍ଵାରା ପୁଷ୍ପ ବର୍ଷା କରି ଅତିଥି ନିମନ୍ତ୍ରଣ ହୋଇଥିଲେ। ମୁଖ୍ୟ ଅତିଥି ରୂପେ ପଦ୍ମଶ୍ରୀ ପ୍ରଫେସର ଡ଼ଃ ଦମୟନ୍ତୀ ବେଶ୍ରା, ମୁଖ୍ୟ ବକ୍ତା ଭାବେ ଶିମିଳିପାଳ ଅଭୟାରଣ୍ୟର ଉପନିର୍ଦେଶକ ଡ଼ଃ ସମ୍ରାଟ ଗୌଡା, ସମ୍ମାନିତ ଅତିଥି ରୂପେ ବାରିପଦା ପୌରପାଳିକାର ନଗରପାଳ ଶ୍ରୀଯୁକ୍ତ କୃଷ୍ଣାନନ୍ଦା ମହାନ୍ତି, ଶିମିଳିପାଳ ବଞ୍ଚାଓ ଅଭିଯାନର ଆବାହକ ତଥା ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ୩ନୋ ୱାର୍ଡ଼ କାଉନସିଲର ରାଜ ଗୁପ୍ତା, ଅର୍ଗସ ନିୟୂଜ ଟିଭି ଜିଲ୍ଲା ପ୍ରତିନିଧି ରଞ୍ଜନ କୁମାର ଦାଶ, କଳିଙ୍ଗ ଟିଭି ଜିଲ୍ଲା ପ୍ରତିନିଧି ସତ୍ୟଜିତ ସୋମ, କନକ ଟିଭି ଜିଲ୍ଲା ପ୍ରତିନିଧି ଦୋଳଗୋବିନ୍ଦ ବାରିକ, ସମ୍ବାଦ ଖବର କାଗଜର ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ, ଲିଭ୍ୟା ହୋଟେଲର ପ୍ରତିଷ୍ଠାତା ରମେଶ ଚନ୍ଦ୍ର ସିଂହ ଓ ଅନୁଷ୍ଠାନର ନିର୍ଦେଶିକା ସୁନିତା ଘିବେଲା ମଞ୍ଚାସିନ ଥିଲେ। ଏହି ସହିତ ଅନ୍ୟ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ୟୁରୋ କିଡସ ପ୍ରିସ୍କୁଲର ଶିକ୍ଷୟତ୍ରୀ ମାନେ। କୁନି କୁନି ପିଲାମାନଙ୍କ ଦ୍ଵାରା “ଶିମିଳିପାଳ ବଞ୍ଚିଲେ ଆମେ ବଞ୍ଚିବା” ବିଷୟବସ୍ତୁ ଉପରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ମୁଗ୍ଧ କରିଥିଲେ। ବାର୍ଷିକ ଉତ୍ସବରେ ଓଡ଼ିଆ ଅଭିନେତା ତଥା ମଞ୍ଚ ପରିଚାଳକ ଆଲୋକ ମିଶ୍ର ଓ ରୂପକ ମହାପାତ୍ର ସହୋଯୋଗ କରି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲା। ବହୁ ସଂଖ୍ୟାରେ ଅଭିବାଭକ ସହ ଅତିଥିମାନେ ଯୋଗଦାନ କରିଥିଲେ। ଅନୁଷ୍ଠାନର ନିର୍ଦେଶିକା ସୁନିତା ଘିବେଲାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ସଂଯୋଜିକା ଶର୍ମିଲା ପରିଡ଼ା, ଶିକ୍ଷୟତ୍ରୀ ପ୍ରିୟଙ୍କା ମହାନ୍ତି, ମଞ୍ଜୁକ୍ତା ରଣା, ନବସ୍ମିତା ଗିରି, ସସ୍ମିତା ରଥ, ତନୁଶ୍ରି ସାମଲ, ଆଫ୍ରିନ ଆମିନ, ଜୋଜିତା ଦିଗାର, ସାଗରିକା ଜେନା ଏବଂ ବିଦ୍ୟାଳୟ ସମସ୍ତ ତତ୍ତ୍ଵାବଧାନକାରି ବର୍ଷିକ ଉତ୍ସବକୁ ସୁରୁଖୁରୁରେ ପରିଚାଳନା କରିବାରେ ସହଯୋଗ କରିଥିଲେ।