ମୋଟର ସାଇକେଲ ଦୁର୍ଘଟଣାରେ ଦୁଇ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନେ ହେଲେ କବିସୂର୍ଯ୍ୟନଗର ଥାନା ପଥରା ଗ୍ରାମର ଏସ. ମନୋଜ ପୃଷ୍ଟି (୨୪) ଓ କୋଟିନଡା ଥାନା ଧୋବାଡି ଗ୍ରାମର ଶଙ୍କର ପ୍ରସାଦ ପାଣିଗ୍ରାହି (୩୦) । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୂର୍ଘଟଣାଗ୍ରସ୍ତ ମୋଟର ସାଇକେଲକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି। ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୯ ଘଣ୍ଟା ସମୟରେ ମନୋଜ ଓ ଶଙ୍କର ମୋଟର ସାଇକେଲ (ଓଡି୦୭ଏଲ ୯୮୨୪ ) ଯୋଗେ ବ୍ରହ୍ମପୁର ଠାରୁ ଗ୍ରାମକୁ ଫେରୁଥିଲେ। ହିଞ୍ଜିଳି ଥାନା ପୋଚିଲିମା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵ ଏକ ଗାର୍ଡ ଓ୍ବାଲ ସହ ଧକ୍କା ଘଟି ଗୁରୁତର ଆହତ ହୋଇଥିଲେ।


