ନିମାପଡ଼ାରେ ଯୋଗ ଦେଲେ ନୂଆ ଉପଖଣ୍ଡ ପୋଲିସ ଅଧିକ୍ଷକ

ନିମାପଡ଼ା,( ସନ୍ତୋଷ କୁମାର ଦାଶ):ପୁରୀ ଜିଲ୍ଲା ନିମାପଡ଼ା ଉପଖଣ୍ଡ ପୋଲିସ ଅଧିକ୍ଷକ ଭାବେ ଜନାର୍ଦ୍ଦନ ପାଢ଼ୀ କାର୍ଯ୍ୟ ରେ ଯୋଗ ଦେଇଛନ୍ତି। ଏଠାରେ ଥିବା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ ଙ୍କ ର ବଦଳି ହେବା ପରେ ଶ୍ରୀ ପାଢ଼ୀ ରୁ ଆସି ନିମାପଡ଼ା ରେ ଯୋଗ ଦେଇଛନ୍ତି।ଶ୍ରୀ ପାଢ଼ୀ ପୂର୍ବରୁ ନିମାପଡ଼ା ଥାନା ର ଆଇ ଆଇ ସି ଭାବେ ଦକ୍ଷତା ର ସହିତ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଶ୍ରୀ ପାଢ଼ୀ କାର୍ଯ୍ୟ ରେ ଯୋଗ ଦେବା ପରେ ତାଙ୍କୁ ନିମାପଡ଼ା ଅଞ୍ଚଳ ର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତା,ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ସାକ୍ଷାତ କରି ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିମାପଡ଼ା, ଗୋପ, କୋଣାର୍କ, ରାମଚଣ୍ଡୀ, ଚନ୍ଦ୍ରଭାଗା,କାକଟପୁର, ଅସ୍ତରଙ୍ଗ, ଚାରିଛକ ଥାନା ସମେତ ନୟାହାଟ ଫାଣ୍ଡି ଅଞ୍ଚଳ ରେ ଆଇନ ଶୃଙ୍ଖଳା ରେ ସୁଧାର ଆଣିବା, ଟ୍ରାଫିକ ସମସ୍ୟା ଦୂର କରିବା, ଚୋରା ମାଦକ ଦ୍ରବ୍ୟ କାରବାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ୱାରେଣ୍ଟି ମାନଙ୍କୁ ଗିରଫ କରିବା,ଥାନା ଓ ଫାଣ୍ଡି କୁ ଆସୁଥିବା ବ୍ୟକ୍ତି ମାନଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଦୃଷ୍ଟି ଦେବେ ବୋଲି ଶ୍ରୀ ପାଢ଼ୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ