ନାଉଗାଁ ବିଡିଓ ଭାବେ ଜଗତସିଂହପୁର ବିଡିଓଙ୍କ ଅତିରିକ୍ତ ଦାୟିତ୍ୱ ଗ୍ରହଣ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ବିଡିଓ ଆଶୁତୋଷ ମିଶ୍ର ବୁଧବାର ନାଉଗାଁ ବିଡିଓ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଉକ୍ତ ବ୍ଳକର ବିଡିଓ ତପନ କୁମାର ମହାପାତ୍ରଙ୍କ ସ୍ଥାନାନ୍ତର ପରେ ବିଡିଓ ମିଶ୍ର ଜଗତସିଂହପୁର ସହିତ ନାଉଗାଁ ବ୍ଳକର କାର୍ଯ୍ୟ ଭାର ତୁଲାଇବେ । ବିଡିଓ ମିଶ୍ର କାର୍ଯ୍ୟରେ ଯୋଗ ଦେବା ପରେ ବ୍ଳକର ବିଭିନ୍ନ କର୍ମଚାରୀଙ୍କ ସହ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ । ବିଡିଓ ମିଶ୍ର ଯୋଗ ଦେବା ପରେ ବ୍ଳକର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି ।