ଲକ୍ଷେ ଘର ପାଣ ଜାତି ସମାଜର ୭ମ ବାର୍ଷିକ ମହାସଭା ଅନୁଷ୍ଠିତ
କୁଚିଣ୍ଡା,(ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକ ଲକ୍ଷେ ଘର ପାଣ ଜାତି ସମାଜର ଆଞ୍ଚଳିକ ଗୁଡ଼ି ଆଠଗାଁ ଛକ ଠାରେ ସପ୍ତମ ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନେ ମଞ୍ଚରେ ଉପସ୍ଥିତ ହେବା ପରେ ମାଁ ସମଲେଶ୍ଵରୀ ଏବଂ ବି ଆର ଆମ୍ବେଦକର ଙ୍କ ତୈଳ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରାଯିବା ସହିତ ପ୍ରଦିପ ପ୍ରଜ୍ବଳନ କରାଯାଇଥିଲା। କୁଚିଣ୍ଡା ଲକ୍ଷେ ଘର ପାଣ ଜାତି ସମାଜ ବ୍ଳକ ସଭାପତି ସମ୍ବାରୁ ବୁଡା ଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଉପସଭାପତି ମନବୋଧ କଣ୍ଟା ସମାଜ ର ବାର୍ଷିକ ବିବରଣୀ ପାଠ କରିଥିଲେ। ଲକ୍ଷେ ଘର ପାଣ ଜାତି ସମାଜ ର ଅଧିକ ରୁ ଅଧିକ ଉନ୍ନତୀ ହୋଇପାରିବ ସେ ବିଷୟରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ଏବଂ ସମାଜର ସମସ୍ତେ ଏକତ୍ର ହୋଇ ଜାତି ର ଟେକ ରଖିବା ପାଇଁଁ ସଂକଳ୍ପ ନେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂପାଦକ ଲିଙ୍ଗରାଜ ବାଘ, କୋଷାଧ୍ୟକ୍ଷ ଟଙ୍କଧର ପାତ୍ର,ସହ ସମ୍ପାଦକ ତ୍ରୀନାଥ ଲୁହା, ଉପଦେଷ୍ଟା ଗିରିଜା ଶଙ୍କର ପାତ୍ର,ଦୁଖବନ୍ଧୁ ବାଦି, ସୁକଦେବ କଂଟା,ଟିକେଶ୍ବର ହଂସ, ଟଙ୍କଧର ବାଘ,ହଳଧର ବାଦି, ଚତୁର୍ଭୁଜ ଜୟପୁରିଆ ଏବଂ କୁଚିଣ୍ଡା ବ୍ଳକ ର ୧୭ ଗୋଟି ପଞ୍ଚାୟତ ରୁ ଆସିଥିବା ଲକ୍ଷେ ଘର ପାଣ ଜାତି ସମାଜ ଗୁଡ଼ି ର ସଭ୍ୟ ସଭ୍ୟା ଏବଂ ଶତାଧିକ ଜନ ସାଧାରଣ ଯୋଗଦେଇ କାର୍ଯ୍ୟକ୍ରମ କୁ ସାଫଲ୍ୟମଣ୍ଡିତ କରିଥିଲେ। ସମାଜ ର କୁନି କୁନି ପିଲାମାନଙ୍କୁ ନେଇ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କମିଟି ସଭ୍ୟ ସୈାଭାଗ୍ୟ ପାତ୍ର ପରିଚାଳନା କରିଥିବାବେଳେ, ଶେଷରେ ପ୍ରଦିପ ସୁରଜୁଲିଆ ଧନ୍ୟବାଦ ଅର୍ପଣ କରିଥିଲେ।