ଓମ୍ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ସ୍ଥିତ ଓମ୍ ଶ୍ରୀ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବ ମଙ୍ଗଳବାର ବୃନ୍ଦାବନ ବିଦ୍ୟାପୀଠ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଏଲ୍ କାମେଶ୍ବର ରାଓଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଭିଜ୍ଞାନ ମହାବିଦ୍ୟାଳୟ, ବ୍ରହ୍ମପୁରର ରେଜିଷ୍ଟ୍ରାର ଡଃ ପଦ୍ମ ଚରଣ ଦାଶ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଆଦର୍ଶ ସମାଜ ଗଠନରେ ଶିକ୍ଷାର୍ଥୀଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଭିଜ୍ଞାନ ମହାବିଦ୍ୟାଳୟ, ବ୍ରହ୍ମପୁରର ଅଧ୍ୟକ୍ଷ ଡ଼ଃ. ଜି. ଇଶ୍ବର ରାଓ ଓ ମୁଖ୍ୟ ବକ୍ତା ଭାବେ ମେକାନିକାଲ ଓ ସିଭିଲ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ. ପ୍ରଭୁ ପ୍ରସାଦ ମିଶ୍ର ମଞ୍ଚାସିନ ଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଓ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାବତ ଓ ଦିପ୍ତିରାଣୀ ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ସଞ୍ଜିବ କୁମାର ଝା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କୁନି କୁନି ଶିକ୍ଷାର୍ଥୀ ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସାମାଜିକ ଓ ପ୍ରୟୋଗାତ୍ମକ ନୃତ୍ୟ ଉପସ୍ଥିତ ଅତିଥି ଏବଂ ଅଭିଭାବକ ମାନଙ୍କ ମନମୁଗ୍ଧ କରିଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପତିତପାବନ ଆଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଯୋଶେଫ ଡଗଲେଶ ଆବ୍ରାହମ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ବଳରାମ ସାହୁ, ଦିପକ କୁମାର ପାତ୍ର, ରାକେଶ ମହାରଣା, କିର୍ତ୍ତିରଞ୍ଜନ ଭୂୟାଁ, ପ୍ରଭଞ୍ଜନ ଷଡ଼ଙ୍ଗୀ, ପ୍ରମୋଦ ପାଠି, ସୁନିଲ ସ୍ବାଇଁ, ସନ୍ତୋଷ ନାୟକ, ଆଶିଷ ପାଳ, ଅଧ୍ୟାପିକା ନିଳେନ୍ଦ୍ରୀ ବେହେରା, ସସ୍ମିତା ସାହୁ, ଝରଣା ଦାଶ, ସୁମିତ୍ରା ମହାରଣା, ଶିବାନି ପ୍ରଧାନଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।
ଫୋଟ –