ମାର୍ଚ୍ଚ 4ରେ ରକ୍ତଦାନ ଶିବିର ବିଇଡି କଲେଜରେ
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ତକତପୁର ପରିସରରେ ଆସନ୍ତା ମାର୍ଚ୍ଚ ଚାରି ତାରିଖ ପୂର୍ବାହ୍ଣ ରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବ ଏବଂ ଏଥିରେ ଶହେରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ ର ଲକ୍ଷ୍ୟ ରଖାଯାଇଛି ବୋଲି କାର୍ଯ୍ୟକ୍ରମ ସଂଯୋଜକ ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ସୂଚନା ଦେଇଛନ୍ତି l ସହକାରୀ ପ୍ରଫେସର ରାଜକିଶୋର ରାଉଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଡକ୍ଟର ନାୟକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ସହକାରୀ ପ୍ରଫେସର ଉମେଶ ଚନ୍ଦ୍ର ମାଝୀ, ଡକ୍ଟର ଚିତ୍ରସେନ ସେଠୀ, ସରୋଜ ଦାସ, ଅଧ୍ୟାପକ ଧ୍ରୁବଚରଣ ମଲ୍ଲିକ ବକ୍ତବ୍ୟ ଉପସ୍ଥାପନ କରି ଛାତ୍ର ଛାତ୍ରୀଙ୍କୁ ରକ୍ତଦାନ ପାଇଁ ପ୍ରତ୍ସାହିତ କରିଥିଲେ l ସହକାରୀ ପ୍ରଫେସର କେ ଲଷ୍ମୀ ସେନାପତି,ସନ୍ଦୀପ ସିଂ,ଅଧ୍ୟାପିକା ମନାଲି ପ୍ରଧାନ ମଞ୍ଚାସିନ ଥିଲେ l