ଟ୍ରେନ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଆଇତିପୁର ପଞ୍ଚାୟତ ନୂଆଗାଁ ଗ୍ରାମର ଗୋପାଳ ବେହେରା(୭୦)ଙ୍କ ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଛି। ସୂଚନାରୁ ଜଣା ଯାଇଛି ଯେ ଗୋପାଳ ବିବାହ କାର୍ଯ୍ୟ ପାଇଁ ମଧ୍ୟସ୍ତି କାମ କରିଥାନ୍ତି। ଆଜି କୌଣସି କାମରେ ସାଇକେଲ ଯୋଗେ ଦୁଲଖା ପାଟଣା ଯାଉଥିଲା ବେଳେ ବୈତରଣୀ ରେଲୱେ ବ୍ରିଜ ଉପରେ ମଞ୍ଜୁରୀରୋଡ଼ ପଟୁ ଆସୁଥିବା ବାଙ୍ଗିରିପୋଷି ଏକ୍ସପ୍ରେସ ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚି଼ହ୍ନଟ କରିଥିଲେ। ମୃତଦେହ ଖଣ୍ଡ ବିଖଣ୍ଡିତ ହୋଇ ଯାଇ ଥିବାରୁ ପରିବାର ଲୋକେ ସେସବୁକୁ ସଂଗ୍ରହ କରି ଆଣି ଗାଁରେ ସଂସ୍କାର କରିଥିବା ଜଣା ଯାଇଛି।


