୮ରେ ଏନସିସି ଆଲୁମନି ଆସୋସିଏସନର ମେଗା ପ୍ରତିଯୋଗିତା

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମାଇଁ ଏନସିସି ଆଲୁମନି ଆସୋସିଏସନର ମେଗା ପ୍ରତିଯୋଗିତା ଆସନ୍ତା ୮ତାରିଖ ରବିବାର ମହାବିଦ୍ୟାଳୟର ଗାନ୍ଧି ଭବନରେ ଅନୁଷ୍ଠିତ ହେବ। ଏଥିରେ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଚିତ୍ରାଙ୍କନ, ଓଡିଆ ରଚନା ଲିଖନ, ନୃତ୍ୟ ଓ ସାଧାରଣଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନ୍‌ରେ ପଞ୍ଜିକରଣ କରିବାକୁ ପଡିବ। ଏସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆସୋସିଏସନର ଫେସବୁକ, ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ଏବଂ ଏକ୍ସ ପେଜରେ ଉପଲବ୍ଧ ରହିଛି। ତେଣୁ ଛାତ୍ରଛାତ୍ରୀ ତଥା ଅଭିଭାବକମାନେ ଉପରୋକ୍ତ ସ୍ଥାନରୁ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରି ଆସନ୍ତା ୬ତାରିଖ ସୁଦ୍ଧା ପଞ୍ଜିକରଣ କରି ପ୍ରତିଯୋଗିତାରେ ଭାଗନେବାକୁ ଆସୋସିଏସନ ପକ୍ଷରୁ ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ