ଆସିକା ପଞ୍ଚାୟତ ସମିତିର ସ୍ୱତନ୍ତ୍ର ସାଧାରଣ ଅଧିବେଶନ

ଆସିକା, (ୱାଇଏନ୍‍ଏସ୍‍):ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପରାମର୍ଶକ୍ରମେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଗୁଡିକ ବିଷୟରେ ଆଲୋଚନା ଓ ଅନୁମୋଦନ ନିମନ୍ତେ ଗୁରବାର ଅପରାହ୍ନରେ ଆସିକା ପଂଚାୟତ ସମିତିର ଏକ ସ୍ୱତନ୍ତ୍ର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରିକା ଷଡଙ୍ଗୀଙ୍କ ସଂଯୋଜନା ଓ ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସରୋଜ କୁମାର ପାଢୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଗ୍ରାମାଂଚଳ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ପ୍ରଣୟନ କରିଥିବା ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସିକା ପଂଚାୟତ ସମିତିର ୨୭ଟି ପଂଚାୟତରୁ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ଜରିଆରେ ଆସିଥିବା ପ୍ରକଳ୍ପ ଗୁଡିକ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ଅନୁମୋଦନ ପରେ ଆରମ୍ଭ ହେବ ବୋଲି ଜଣାପଡିଛି । ଆସିକା ପଂଚାୟତ ସମିତିର ଏହି ସ୍ୱତନ୍ତ୍ର ସାଧାରଣ ଅଧିବେଶନରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାର ବାର୍ଷିକ କାର୍ଯ୍ୟଖସଡା ତଥା ପାଞ୍ଚବର୍ଷିୟ ଯୋଜନା ପ୍ରସ୍ତୁତି ଉପରେ ବିସ୍ôତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ବ୍ଳକର ୨୭ଟି ଗ୍ରାମ ପଂଚାୟତ ପାଇଁ ୩ କୋଟି ୩୭ ଲକ୍ଷ ୮୩ ହଜାର ୧୦୫ ଟଙ୍କା ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ସକାଶେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ବ୍ୟୟବରାଦ କରାଯାଇଥିବା ଜଣାପଡିଛି । ବିକଶିତ ଗାଁ ଓ ବିକଶିତ ଓଡିଶା ଯୋଜନାର କାର୍ଯ୍ୟକାରିତା ଓ ଆଭିମୁଖ୍ୟ ଉପରେ ବିଡିଓ ସୁଶ୍ରୀ ସାଗରିକା ଷଡଙ୍ଗୀ ସୂଚନା ପ୍ରଦାନ କରିଥିଲେ । ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ହୋଇଥିବା ଆସିକା ପଂଚାୟତ ସମିତିର ଏହି ସ୍ୱତନ୍ତ୍ର ସାଧାରଣ ଅଧିବେଶନରେ ବ୍ଳକ ଉପାଧ୍ୟକ୍ଷା ଏସ୍‍.ରେଶମା ଦୋରା, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା ଓ ସୌଦାମିନୀ ନାୟକ, ସରପଂଚ ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଭବାନୀ ଶଙ୍କର ମଲିକ, ଜୟସେନ ସ୍ୱାଇଁ, ଅଶାନ୍ତି ବେହେରା, ଲକ୍ଷ୍ମୀପ୍ରିୟା ବେହେରା, ଦେବରାଜ ନାହାକ, ମନୋଜ ନାହାକ, ଦୁର୍ଗାପ୍ରସାଦ ବେହେରା, ଆରତୀଦେବୀ ସ୍ୱାଇଁ, ଜୟନ୍ତୀ ବେହେରା, ଜ୍ୟୋତିର୍ମୟୀ ନାହାକ, କିଶୋର ପ୍ରଧାନ, ମନୋଜ ପରିଡା, ରଂଜିତା ବିଶ୍ୱାଳ, ସମିତି ସଭ୍ୟ ତ୍ରିନାଥ ବେହେରା, ପ୍ରଭାତ ନାହାକ, ଗୀତାଞ୍ଜଳୀ ଗୌଡ, ଭରତ ନାହାକ, ରାଜୀବ ପାତ୍ର, ନାରାୟଣ ସ୍ୱାଇଁ, ସାୟାନ୍ତା ଦଳେଇ, ଆସିକା ବ୍ଳକ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ରାଜଶ୍ରୀ ସାହୁ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ମିଶନ୍‍ ଶକ୍ତିର ବ୍ଳକ ପ୍ରକଳ୍ପ ସଂଯୋଜକ କିରଣ କୁମାର ସାହୁ, ଆସିକା ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅଶୋକ କୁମାର ଶତପଥୀ, ସହକାରୀ ଯନ୍ତ୍ରୀ ଇଂ ବାବୁରାମ ନାୟକ, କନିଷ୍ଠ ଯନ୍ତ୍ରୀ ଇଂ ଅଶୋକ କୁମାର ସେନାପତି, ଇଂ ଅଶୋକ କୁମାର ସେଠୀ, ଇଂ ସନ୍ତୋଷ କୁମାର ସାହୁ, ଇଂ ତାରିଣୀ ପ୍ରସାଦ ସାହୁ, ଇଂ ପ୍ରିôୟଦର୍ଶନୀ ପଣ୍ଡା, ଇଂ ପ୍ରଭାତୀ ପାତ୍ର, ଇଂ ତାରିଣୀ ମହାରଣା, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ନାୟକ ଓ ସୁକାନ୍ତ କୁମାର ଭୂୟାଁଙ୍କ ସମେତ ବିଭିନ୍ନ ପଂଚାୟତର ବହୁ ନିର୍ବାଚିତ ପ୍ରତିନିଧି, ଲାଇନ୍‍ ଡିପାର୍ଟମେଣ୍ଟର ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ