ନିମାପଡ଼ା ଏନଏସି ବାସୀଙ୍କ ପାଇଁ ସ୍ବର୍ଗରଥ ଲୋକାର୍ପିତ
ନିମାପଡ଼ା,(ସନ୍ତୋଷ ଦାଶ): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ା ସ୍ଥିତ ବାରବାଟୀ ପଡ଼ିଆରେ ଅନୁଷ୍ଠିତ ଏକ ଉତ୍ସବରେ ଶବ ବାହନ ‘ସ୍ଵର୍ଗରଥ ‘ କୁ ନିମାପଡ଼ା ଏନ୍ ଏ ସି ବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏହି ଶବ ବାହକ ଯାନ ନିମାପଡ଼ା ପୌର ପରିଷଦକୁ ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ସୁଲଭମୂଲ୍ୟରେ ପରିଷଦ ବାସୀଙ୍କୁ ମର ଶରୀରକୁ ପରିବହନ ପାଇଁ ଯୋଗାଇ ଦିଆଯିବ। ନିମାପଡ଼ା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ସସ୍ମିତା ସାହୁ, ଉପାଧ୍ୟକ୍ଷ ସନ୍ତୋଷ ଦାଶ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ବ୍ଲକ ପରିମଳ ଅଧିକାରୀ ବିଜୟ ଗ୍ରହାଚାର୍ଯ୍ୟ, ସାଂସଦ ପ୍ରତିନିଧି ମୀନଲତା ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।


