ବାଉଁଶ ପୋଲରୁ ପଡ଼ି ନଇ ପାଣିରେ ଚାଲିଗଲା ବୃଦ୍ଧାଙ୍କ ଜୀବନ
ଉଦଳା,( ରାଜୀବ ବେହେରା ): ନଇ ପାର ହେଉଥିବା ବେଳେ ବାଉଁଶ ପୋଲ ଉପରୁ ନଦୀ ର ଗଭୀର ଜଳରେ ବୁଡି ବୃଦ୍ଧା ଙ୍କ ମୃତ୍ୟୁ l ଏଭଳି କିଛି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବଡ଼ସିଂଗାରିଆ ଗ୍ରାମ ପଞ୍ଚାୟତ ର ଅଦlପାଳ ଗ୍ରାମରେ l
ନଦୀରେ ବାଉଁଶ ପୋଲ ଆଉ ପାଣିରେ ଭାସୁଛି ମାଆ ର ଶବ ଝିଅ ମାଆ ଘରକୁ ଆସିବାର ବିଳମ୍ବ ହେବାରୁ ସେ ଭାବିଲା ଲୁସି ଘରକୁ ଯାଇ ଥିଲା ବୋଧ ହୁଏ ସେଠାରେ ରହି ଯାଇ ଥିବ, ହେଲେ ସକାଳେ ମାଆ ର ମୃତ ଦେହ ପାଣିରେ ଭାସୁଛି l ସେପଟେ ମାଆକୁ ହରାଇ ଝିଅଟି ଛାତି ଫଟେଇ କାନ୍ଦୁଛି ଆଉ ମାଆ କୁ ଝୁରୁଛି l ସୂଚନା ଅନୁସାରେ ବାବନ ଗଡ଼ ଗ୍ରାମର ସାଲାଗେ ଟୁଡୁ ବନ୍ଧୁ ଘରକୁ ଯାଇ ସନ୍ଧ୍ୟା ସମୟ ରେ ଘରକୁ ଫେରୁଥିବା ବେଳେ ପୋଲରୁ ନଦୀ ର ଗଭୀର ପାଣି ମଧ୍ୟକୁ ଖସି ପଡ଼ି ଜୀବନ ହାରିଥିଲେ l ସକାଳ ସମୟରେ ଗ୍ରାମବାସୀ ମାନେ ନଦୀ କୁ ଶୌଚ ହେଵାକୁ ଆସିଥିବା ବେଳେ ନଦୀ ପାଣିରେ କେହି ଭାସୁଥିବାର ଦେଖିବାକୁ ପାଇ ଥିଲେ , ଆଉ ସଙ୍ଗେ ସଙ୍ଗେ ପୋଲିସ କୁ ଖବର ଦେଇ ଥିଲେ, ତେବେ ମୃତକ ଜଣକ ସେହି ଗ୍ରାମର ସାଲଗେ ଟୁଡୁ ବୋଲି ଜଣା ପଡିଛି, ପୂର୍ବରୁ ସାଲଗେ ସ୍ୱାମୀକୁ ହରାଇ ଝିଅ ପାଖରେ ରହୁହି ଆସୁଥିଲେ ତେବେ ଗତକାଲି ନଦୀପାର ହୋଇ ଆସି ଥିଲେ ଆଉ ଘରକୁ ଫେରି ନଥିଲେ ତେବେ ସକାଳ ସମୟରେ ନଦୀ ବାଉଁଶ ପୋଲ ତଳେ ଲୁଗାଟି ଲାଗି ପାଣିରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ଥିଲେ, ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ କରିଛି ଆଉ ଶବକୁ ଜବଦ କରି ଏକ ମାମଲା ରୁଜୁ କରି ଉଦଳା ଡାକ୍ତର ଖାନାକୁ ପଠାଇଛି, ଡାକ୍ତର ଖାନରେ ଶୋକାକୁଳ ପରିବେଶ ଭିତରେ ଶବ ବ୍ୟବଛେଦ ହୋଇଛି l
ଲୋକଙ୍କ ଜୀବନ ଯାଉଥିବା ବେଳେ ଏକ ପୋଲ ପାଇଁ ଗ୍ରାମବାସୀ ମାନେ ସରକାର ଙ୍କୁ ବାରମ୍ବାର ଗୁହାରୀ ଜଣାଇବା ପରେ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ନିଜ ତରଫରୁ ଗ୍ରାମବାସୀ ଙ୍କ ସହାୟତା ରେ ନଦୀ ଉପରେ ଯିବା ଆସିବାକୁ ଏକ ବାଉଁଶ ପୋଲ ନିର୍ମାଣ କରିଛନ୍ତି l .ହେଲେ . ବର୍ଷା ଦିନ ଆସିଲେ ଲୋକଙ୍କ ଦୁଃଖ ଆଉ ସମସ୍ୟା ଆହୁରି ବଢ଼ି ଥାଏ କାରଣ ବର୍ଷା ଦିନରେ ନଦୀ ରେ ପାଣି କୋଳ ଲଙ୍ଘିଥାଏ, ଏକମାତ୍ର ସାହା ଏଇ ଆସ୍ଥାଇ ପୋଲ ଭାସି ଯାଇଥାଏ , ଏମିତିବି ସମୟ ଆସିଛି ପୋଲ ନଥିବା କାରଣରୁ ଏହି ନଦୀରେ ପାର ହେଉଥିବା ବେଳେ ନଦୀ ପାଣିରେ ଜୀବନ ଯାଇଛି l ଏବେ ଜଣେ ଆଉ ଜଣଙ୍କର ଜୀବନ ଯାଇଛି l
ନଦୀରେ ବାରମ୍ବାର ନିରୀହ ଜୀବନ ଯାଉଥିବା ବେଳେ ଗ୍ରାମବାସୀ ମାନେ ନୂଆ ସରକାର ଙ୍କୁ ପୋଲ ପାଇଁ ନିବେଦନ କରିଛନ୍ତି, ଯଦି ଖୁବ ଶୀଘ୍ର ଏହି ପୋଲ ପାଇଁ ସରକାରୀ ସ୍ତରରେ ଉଚିତ ପଦକ୍ଷେପ ନିଆ ନ ଯାଏ ତେବେ ଆଗାମୀ ଦିନରେ ରାଜ ରାସ୍ତାରେ ବସିବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି l ତେବେ ଆଗକୁ ଦେଖିବାକୁ ବାକି ଅଛି ପ୍ରଶାସନିକ ସ୍ତରରେ ଏହି ସମସ୍ୟା କୁ କେଵେ ସମାଧାନ କରୁଛନ୍ତି l