ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ

କଳାହାଣ୍ଡି,(ଚିତ୍ତରଞ୍ଜନ ବିଶି ):କଳାହାଣ୍ଡି ଜିଲ୍ଲାର ୧୩ଗୋଟି ବ୍ଲକ୍ ରେ ୨୬ ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ମାନଙ୍କ ଆନ୍ଦୋଳନ ପାଇଁ ସଜବାଜ, ଜିଲ୍ଲାର ସମସ୍ତ ଜିଲ୍ଲା ହେଡ୍ କ୍ୱାର୍ଟର ରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଦୁଇ ଗୋଟି ଦାବୀ ଯଥା ଜନ ସ୍ଵାସ୍ଥ୍ୟ ପରିଚାଳନା ପଦବୀ ସୃଷ୍ଟି ଓ ଚାକିରୀ ସ୍ଥାୟୀ କରଣ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜିଠାରୁ କଳାହାଣ୍ଡି ଜିଲ୍ଲାର ୨୬ଜଣ ସ୍ଵାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ଆନ୍ଦୋଳନ ଜାରି ରଖିଛନ୍ତି,ସରକାର ଦାବୀ ପୂରଣ ନ କରିବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ର କର୍ମକର୍ତା ଆଜି ପ୍ରେସ ମିଟ ରେ ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଭାବନି ଶଙ୍କର ସିଂ_ଜ୍ଞାନେନ୍ଦ୍ର ଭୋଇ, ସଧାରଣ ସମ୍ପାଦକ, ପ୍ରିୟ ରଞ୍ଜନ ପଣ୍ଡା, ଅମୂଲ୍ୟ ନାୟକ ପ୍ରମୁଖ କର୍ମକର୍ତା ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଳକର କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ