କେନ୍ଦୁପଦର ପଞ୍ଚାୟତର ଜଣାଶୁଣା ବ୍ୟକ୍ତିତ୍ୱ ପ୍ରଭାକର ମଲିକଙ୍କ ଶେଷକୃତ୍ୟ ସଂପନ୍ନ
ଆସିକା, (ୱାଇଏନ୍ଏସ୍):ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମ ପଞ୍ଚାୟତର ଚାଟୁଳା ଗ୍ରାମର ବରିଷ୍ଠ ସମାଜସେବୀ, ପରୋପକାରୀ, ଧର୍ମପରାୟଣ, ମିଷ୍ଟଭାଷୀ ଓ ଜଣାଶୁଣା ବ୍ୟକ୍ତିତ୍ୱ ରୂପେ ପରିଚିତ ଥିବା ପ୍ରଭାକର ମଲିକ (ବୟସ ପ୍ରାୟ ୭୫ ବର୍ଷ) ଆଉ ଇହଜଗତରେ ନାହାନ୍ତି । ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । କେନ୍ଦୁପଦର ଗ୍ରାମ ପଂଚାୟତର ଜଣାଶୁଣା ବ୍ୟକ୍ତିତ୍ୱ ପ୍ରଭାକର ମଲିକଙ୍କ ଶେଷକୃତ୍ୟ ପୁରୀ ସ୍ୱର୍ଗଦ୍ୱାରରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି । ଦକ୍ଷିଣାଞ୍ଚଳ ଜୋନ୍ ସରପଞ୍ଚ ସଂଘର ସଭାପତି ତଥା କେନ୍ଦୁପଦର ଗ୍ରାମ ପଂଚାୟତର ଯୁବ ସରପଂଚ ଭବାନୀ ଶଙ୍କର ମଲିକ (ଟୁଟୁ) ଓ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକଙ୍କ ପିତା ପ୍ରଭାକର ମଲିକ ଗତ କିଛି ଦିନ ବେଲା ଅସୁସ୍ଥ ରହି ବିଶାଖାପାଟଣାର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ମାତ୍ରେ କେନ୍ଦୁପଦର ଗ୍ରାମ ପଂଚାୟତ ତଥା ଏହାର ଆଖପାଖ ଗ୍ରାମାଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଥିଲା । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ଗ୍ରାମ ପଂଚାୟତର ଜଣାଶୁଣା ବ୍ୟକ୍ତିତ୍ୱ ପ୍ରଭାକର ମଲିକଙ୍କ ବିୟୋଗରେ ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବରିଷ୍ଠ ବିଜେଡି ନେତା ନଚିକେତା ସ୍ୱାଇଁ, ଅଶ୍ୱିନୀ କୁମାର ସ୍ୱାଇଁ, ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ ଓ ଏମ୍.ତାରିଣୀ ସେନାପତି, ସମାଜସେବୀ ପ୍ରସନ୍ନ କୁମାର ତ୍ରିପାଠୀ, ଶିବ ନାହାକ, ଅଭିମନ୍ୟୁ ନାହାକ, ସୁବାସ ଚନ୍ଦ୍ର ମହାନ୍ତି, ମନୋଜ କୁମାର ପରିଡା, ଭରତ ନାହାକ, ଟୁଟୁ ବିଷୋୟୀ, ନିଳାଞ୍ଚଳ ଗୌଡ, କିଶୋର ଚନ୍ଦ୍ର ପ୍ରଧାନ, ଜୟସେନ ସ୍ୱାଇଁ, ପ୍ରମୋଦ କୁମାର ତ୍ରିପାଠୀ, ଟୁକୁନା ପରିଡା, ଭଗବାନ ସାହୁ, ଅଜିତ୍ କୁମାର ଚୌଧୁରୀ, ସନ୍ତୋଷ କୁମାର ପୋଲାଇ, ସନ୍ତୋଷ କୁମାର ଉପାଧ୍ୟାୟ, ଜିତେନ୍ଦ୍ର କୁମାର ବିଷୋୟୀ, ସୂର୍ଯ୍ୟକାନ୍ତ ପରିଡା, କାର୍ତ୍ତିକେଶ୍ୱର ପରିଡା, ବି.ବୁଲୁ ଦୋରା, ପ୍ରମୋଦ କୁମାର ବିଶ୍ୱାଳ, ଏମ୍.ସୁଦାମ ଚନ୍ଦ୍ର ଦୋରା, ଦିଲୀପ କୁମାର ପାଣିଗ୍ରାହୀ, ଟୁଲୁ ଜେନା, ଦୁର୍ଗାପ୍ରସାଦ ବେହେରା, ଚିତ୍ରସେନ ବିଶ୍ୱାଳ, କାମରାଜୁ ଭୋଳ, ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଗୋବିନ୍ଦ ସାହୁ, କୈଳାଶ ଚନ୍ଦ୍ର ପ୍ରଧାନ, ନିଗମାନନ୍ଦ ରାଉତ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, କେ.ରବିନ୍ କୁମାର ପାତ୍ର, କେଶବ ଦାଶ, ପ୍ରଦୀପ କୁମାର ମୁନିଙ୍କ ସମେତ ଦଳମତ ନିର୍ବିଶେଷରେ ଶହ ଶହ ଜନତା ଗଭୀର ଶୋକ ପ୍ରକାଶ କରି ସମବେଦନା ଜ୍ଞାପନ କରିଥିବା ଜଣାପଡିଛି । ପରୋପକାରୀ ଧର୍ମପରାୟଣ ବ୍ୟକ୍ତି ପ୍ରଭାକର ମଲିକଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିଲା ବେଳେ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ସରୋଜିନୀ ମଲିକ, ପୁତ୍ର ତଥା କେନ୍ଦୁପଦର ଗ୍ରାମ ପଂଚାୟତର ଯୁବ ସରପଂଚ ଭବାନୀ ଶଙ୍କର ମଲିକ ଓ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକ, ପୁତ୍ରବଧୁ ଶିଖା ମଲିକ, କନ୍ୟା ବାସନ୍ତି ପ୍ରଧାନ ଓ ଗୀତାଞ୍ଜଳୀ ପୋଲାଇଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଦକ୍ଷିଣାଞ୍ଚଳ ଜୋନ୍ ସରପଂଚ ସଂଘର ସଭାପତି ଭବାନୀ ଶଙ୍କର ମଲିକ ଓ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଲିକଙ୍କ ପିତୃବିୟୋଗ ଜନିତ ଦୁଃଖ ନିମନ୍ତେ ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ ଗଭୀର ସମବେଦନା ଜଣାଇବା ସହ ନିୟତିର ଏହି ବାସ୍ତବତାକୁ ଧୈର୍ଯ୍ୟର ସହ ସମସ୍ତ କାର୍ଯ୍ୟ ସଂପାଦନ କରିବାକୁ ଆଶ୍ୱାସନା ଦେଇଥିବା ଲକ୍ଷ୍ୟ କରାଯାଇଛି ।