ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥକୁ ବଡ଼ସାହି ମାଟିର ସ୍ଵାଗତ
ବଡ଼ସାହି,(ନିରଞ୍ଜନ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର କଳା,ସାହିତ୍ୟ,ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ୨୩ ବର୍ଷ ହେଲାଣି ବଳାଙ୍ଗୀ ମହୋତ୍ସବ କମିଟି ସାଂସ୍କୃତିକ ଜାଗରଣ ଯାତ୍ରା ମାଧ୍ୟମରେ କାର୍ଯ୍ୟ କରି ଆସୁଛି।ଏହି ଅବସରରେ ମହାରାଜା ଶ୍ରୀରାମ ଚନ୍ଦ୍ର ଜ୍ୟୋତି ରଥ ସମଗ୍ର ଜିଲ୍ଲା ପର୍ଯ୍ୟାୟକ୍ରମେ ପରିକ୍ରମା କରୁଛି।ବଳାଙ୍ଗୀ ସେନା ପକ୍ଷରୁ ଆଜି ଏକ ବାଇକ୍ ଶୋଭାଯାତ୍ରା ସହିତ ଜ୍ୟୋତି ରଥ ବଡ଼ସାହି ବ୍ଲକର ଐତିହ୍ୟ ସମ୍ପନ୍ନ ହରିପୁର ଗଡ ଠାରେ ପୂର୍ବାହ୍ନରେ ପହଞ୍ଚିଥିଲା।ସେଠାରୁ ବାହାରି ସ୍ଥାନୀୟ ବଡ଼ସାହି ବଜାର ଗାନ୍ଧୀ ଛକଠାରେ ପହଞ୍ଚିବା ପରେ ବଡ଼ସାହି ବଜାର ବଣିକ ସଂଘ ଓ ବଡ଼ସାହି ପ୍ରେସ କ୍ଳବ୍ ମିଳିତ ଭାବେ ଉକ୍ତ ରଥକୁ ସ୍ଵାଗତ କରିଥିଲା।ବଳାଙ୍ଗୀ ମହୋତ୍ସବ କମିଟିର ପ୍ରତିଷ୍ଠାତା ଶରତ ଚନ୍ଦ୍ର ନାୟକ,କାର୍ଯ୍ୟକାରୀ ସମ୍ପାଦକ ଦୀପକ ନାୟକ,ଉପଦେଷ୍ଟା ନରେନ୍ଦ୍ର ମୋହନ ସେନାପତିଙ୍କ ସମେତ ବଳାଙ୍ଗୀ ସେନା ଗଣ ଏଥିରେ ସାମିଲ ଥିଲେ।ବଡ଼ସାହି ବଜାର ବଣିକ ସଂଘ ସଭାପତି ରାଜେନ୍ଦ୍ର ବେହେରା,ମାନସ ସାହୁ,କ୍ଷିତିଶ ଚନ୍ଦ୍ର ପତି, ମନୋଜ ବେହେରା,ହରିଶ୍ଚନ୍ଦ୍ର ବେହେରା,ପ୍ରକାଶ ମହାନ୍ତି,ସନ୍ୟାସୀ ଦାସ,ଜ୍ୟୋତି ପ୍ରକାଶ ସାହୁ,ବସନ୍ତ ମହାପାତ୍ର, ମାନସ ଦାସ ଏବଂ ଅନ୍ୟ ସଦସ୍ୟଙ୍କ ସମେତ ବଡ଼ସାହି ପ୍ରେସ କ୍ଳବ୍ ପକ୍ଷରୁ ଅମିୟ ବଳା,ଯତୀନ ନାୟକ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।ସେହି ପରି କଖାରୂଆ ବୈଦ୍ୟନାଥ ପୀଠ ମାଣତ୍ରି ଠାରେ ମନ୍ଦିରର ମୁଖ୍ୟ ପରିଚ୍ଚା। ପ୍ରଦୀପ କୁମାର ପଣ୍ଡାଙ୍କ ଦ୍ଵାରା ଭବ୍ୟ ସ୍ୱାଗତ ଜଣାଇ ଥିଲେ