ଜଳୁଛି ବଡ଼ରମା ଉଷାକୋଠି ଅଭୟାରଣ୍ୟ, ବନଗ୍ନୀ ସଚେତନତା କାର୍ଯ୍ୟକ୍ରମ ଫୋଟୋରେ ସୀମିତ
ସମ୍ବଲପୁର, (ଲିପନ ନାଏକ):ବାମରା ବନ୍ୟପ୍ରାଣୀ ବନଖଣ୍ଡ, ବଡ଼ରମା ରେଞ୍ଜ ଅଧିନସ୍ଥ ଉଷାକୋଟି ଅଭୟା ରଣ୍ୟ ଚିରଗୁଣିଖୋଲ, ଗାନ୍ତାଵ ଜଙ୍ଗଲ ଜଳୁଥିବା ବେଳେ ବନ ବିଭାଗ ଅଧିକାରୀ ନିଭୋର ନିଦ୍ରାରେ ଶୋଉଛି। ସୂଚନା ଅନୁଯାଇ ସୋମବାର ଅପରାହ୍ନ ରେ ଉଷାକୋଟି ଅଭୟା ରଣ୍ୟ ଚିରଗୁଣିଖୋଲ ଗ୍ରାମ ପାଖ ଜଙ୍ଗଲ ରେ ନିଆଁ ଲାଗିଯାଥିବା ଦୁଇଜଣ ସାମ୍ବାଦିକ ଦେଖିବାକୁ ପାଇ ବନ ବିଭାଗ ଙ୍କୁ ଫୋନ କରିଥିଲେ କିନ୍ତୁ ବିଡମ୍ବନା ର ବିଷୟ ବଡ଼ରମା ରେଞ୍ଜର ଫୋନ ଉଠାଇ ନ ଥିଲେ। ଉଭୟ ସାମ୍ବାଦିକ ସେଠାରେ କିଛି ସମୟ ଅପେକ୍ଷା କରି ନିଆଁ ଲିଭାଇବା ପାଇ ଚଷ୍ଟା କରିଥିଲେ କିନ୍ତୁ ନିଆଁ ଲିଭାଇବା ପାଇଁ କୌଣସି ପ୍ରକାରର ସୁବିଧା ନ ହେବାରୁ ଲିଭେଇ ପରିନଥିଲେ l ସେହି ସମୟରେ ଉକ୍ତ ରାସ୍ତା ଦେଇ ଦୁଇ ଜଣ ବନ କର୍ମଚାରୀ ଯାଉଥିବା ଦେଖି ତାଙ୍କୁ ନିଆଁ ସମ୍ବନ୍ଧରେ ଜଣାଇଥିଲେ ହେଲେ ଉଭୟ ବନ ବିଭାଗୀୟ କର୍ମୀ ଆମେ କିଛି କାମ ପାଇଁ ଚିରଗୁଣିଖୋଲ ଯାଉଛୁ ଆପଣ ଆଗକୁ ଯାଆନ୍ତୁ ସେଠାରେ ଆଉ ଅନ୍ୟ ବନ କର୍ମୀ ଅଛନ୍ତି ତାଙ୍କୁ କହିଦେବେ ସେମାନେ ଆସି ନିଆଁ ଲିଭାଇଦେବେ ବୋଲି କହିଥିଲେ। ବିଡମ୍ବନା ର ବିଷୟ ଗୋଟିଏ ପଟେ ବନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରକାରରେ ଜଙ୍ଗଲ ରେ ନିଆଁ ନ ଲଗାଇବାକୁ ସଚେତନ କରୁଛନ୍ତି ଓ ନିଆଁ ଲାଗିଲେ ବନ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପାଇଁ କହୁଥିବା ବେଳେ ବଡ଼ରମା ରେଞ୍ଜ ଅଧିକାରୀଙ୍କୁ ୬ ଥର ୯୫୮୩୨୦୯୯୧୪ ନମ୍ବର ରୁ କଲ କରାଯାଇଥିଲେ ମଧ୍ୟ କଲ ଗ୍ରହଣ କରିନଥିଲେ ପରେ ଉଭୟ ସାମ୍ବାଦିକ ବାମରା ଡ଼ିଏଫଓ ଙ୍କୁ ଜଣାଇଥିଲେ। ଏଭଳି ପରିସ୍ଥିତି ରେ ବନ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ଏ ସମ୍ପର୍କ ରେ ବଡ଼ରମା ରେଞ୍ଜର ଅଧିକାରୀ ଗିରିଧାରୀ ପ୍ରଧାନ ଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିବା ବେଳେ ଯୋଗାଯୋଗ ସମ୍ଭବ ହୋଇପାରିନ ଥିଲା l