ସୁପରଷ୍ଟାର ମହେଶ ବାବୁ ଦେଓମାଳି ଓ ତାଲାମାଳିରେ ତେଲୁଗୁ ଫିଲ୍ମ ଏସ୍ଏସ୍ଏମବି-୨୯ ସୁଟିଂସେଟ୍ର ରେ
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲା ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। କିଛି ଦିନ ପୂର୍ବେ କୋରାପୁଟରେ ତେଲୁଗୁ, ହିନ୍ଦୀ ସହ ଓଡ଼ିଆ ଫିଲ୍ମ ସୁଟିଙ୍ଗ୍ ହେବା ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓ ମାଳି ର ପାଦଦେଶରେ ଅବସ୍ଥିତ ତାଲାମାଳି ରେ ନିର୍ମିତ ହେବାକୁ ଯାଉଛି ଟଲିଉଡର ହାଇ ବଜେଟ୍ ଫିଲ୍ମ ଏସ୍ଏସ୍ଏମବି-୨୯। ବର୍ତ୍ତମାନ ଟେବୁଲ୍ ମାଉଣ୍ଟେନ ତାଲାମାଳିରେ ଲାଗିଛି କ୍ୟାମ୍ପ୍ ତାଲାମାଳି ସହ ଦେଓ ମାଳିରେ ମଧ୍ୟ କେତୋଟି ସ୍ଥାନରେ ମାସେ ବ୍ୟାପି ସୁଟିଂ ଚାଲିବାକୁ ଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚିତ୍ର ନିର୍ମାତା ତଥା ନିର୍ଦେଶକ ଏସ୍ଏସ୍ ରାଜାମୌଲି ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲାକୁ ପ୍ରଥମ ପସନ୍ଦ କରିଛନ୍ତି। ଏହି ସିନେମା ଏକ ହାଇ ବଜେଟ୍ ରେ ନିର୍ମିତ ହେବାକୁଥିବା ଜଣାପଡିଛି। ଦକ୍ଷିଣ ଭାରତର ସୁପରଷ୍ଟାର ମହେଶ ବାବୁ ସହ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ରହିଛନ୍ତି। ଏହା ସହ ବଲିଉଡ୍ ଓ ଟଲିଉଡର ଆଗ ଧାଡିର କଳାକାର ଅଭିନୟ କରୁଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲାର ତାଲାମାଳିରେ ଲାଗିଛି ବଡ଼ ଧରଣର ୫୦୦ ଜଣିଆ କ୍ୟାମ୍ପ୍ ଅଭିନେତା ମହେଶ ବାବୁଙ୍କ ସହ ବହୁ କଳାକାର ଏବେ ସୁଟିଂରେ ବ୍ୟସ୍ତ ରହିଥିବା ଶୁଣିବାକୁ ମିଳୁଛି। ଚଳିତ ମାସ ୨୯ ତାରିଖ ପର୍ଯ୍ୟନ୍ତ ତାଲାମାଳିରେ ସୁଟିଂ ଚାଲିବ। ଟଲିଉଡର ଏହି ହାଇ ବଜେଟ୍ ଫିଲ୍ମ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଲାମାଳିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆ ଯାଇଛି। ଟେବୁଲ ମାଉଣ୍ଟେନ ତାଲାମାଳିରେ ଫିଲ୍ମ ସୁଟିଂ ନେଇ ଖୁସି ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବଡ଼ ବଡ଼ ଦେଶରେ ଫିଲ୍ମ୍ ସୁଟିଂ ହେବା ଶୁଣିଥିଲୁ କିନ୍ତୁ କୋରାପୁଟ ଜିଲ୍ଲାର ଏହି ବଣ ପାହାଡ଼ ଘେରା ମଧ୍ୟରେ ଫିଲ୍ମ୍ ସୁଟିଂ କୁ ନେଇ ଅଞ୍ଚଳରେ ଖୁସି ଲହରୀ ଖେଳିଯାଇଛି। ଫିଲ୍ମ ନିର୍ମାଣ ସଂସ୍ଥା ପକ୍ଷରୁ ଉକ୍ତ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ସୁଟିଂ ସ୍ଥାନକୁ ଯିବା ପାଇଁ ବାରଣ ରହିଛି। ଏପରି କି ତାଲାମାଳି ରାସ୍ତାରେ ଦେଇ ଯାତାୟତ କରିବାକୁ ମଧ୍ୟ ସର୍ବ ସାଧାରଣଙ୍କୁ ବାରଣ କରାଯାଇଛି। ଏହି ଧାରା ଲାଗି ରହିଲେ ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ରାଜ୍ୟରେ ଟୁରିଜମର ଅଭିବୃଦ୍ଧି ହେବ କହିଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା। ପ୍ରାକୃତିକ ପରିବେଶରେ ସୁଟିଂ କରିବାକୁ ଫିଲ୍ମ୍ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଛି। କୋରାପୁଟ ଜିଲ୍ଲା ଆସନ୍ତା ଦିନରେ ଫିଲ୍ମ୍ ଟୁରିଜମର ହଵ୍ ହେବ ବୋଲି ଯାହା ଅନୁମାନ କରାଯାଉଛି। ଏଥି ସହିତ ଭାରତର ଟୁରିଜମ୍ କ୍ଷେତ୍ରରେ ମଧ୍ୟ ରାଜ୍ୟର ପ୍ରଥମ ପସନ୍ଦ ହେବ କୋରାପୁଟ।