ଅନ୍ଧାର ଘର
ଅନ୍ଧାର ଘର ଘୋର ଅନ୍ଧାର
କଳା ମହିଷ ପରି ମାରଣା
ବିିଶ୍ବାସ କଲେ ବି ଭରଷା ପାଏନି
ମୁଁ ସେମିତି କାଳେ କାଳେ
ହୁଏ ବାଟବଣା ।
ବାହାରେ ସଫା ଜହ୍ନ ରାତି
ଚୁପ୍ ଚାପ୍ ତୁମ ପରି
ମୁଁ ଜାଣୁଛି ,ଶୁଣୁଛି ତୁମର ପାଦ ଶବ୍ଦ
ତୁମେ ଆସିଛ ଜହ୍ନ ରାତିରେ
ମୋ ଅନ୍ଧାର ଘର ପାଖକୁ
ଖୋଜି ଖୋଜି ଘୁରି ଘୁରି
ମୋ କାନ୍ଥ ସେପାଖେ ତୁମେ ।
କାହିଁକି ଖୋଜିବି ଏଠି ସେଠି
ତୁମେ ଯେ ମୋ ପାଖରେ
ଦୁଇଟି ଧାରରେ ଆମେ
ଗଙ୍ଗା ଯମୁନା ଧାରା ପରି
ମିଶି ବି ମିଶି ପାରେ ନା ।
ମୁଁ ଅନ୍ଧାରରେ ଖୋଜୁଛି ମୋତେ
ମୋ ଅସ୍ତିତ୍ତ୍ବକୁ ତୁମ ସହିତ
ମିଶାଇ ଦେବା ପାଇଁ
ହେଲେ ତୁମେ ତ ଜଳି ଚାଲିଛ
ଜହ୍ନ ରାତିର ବିଷ ଜ୍ବାଳାରେ ।
ମୁଁ ଅପ୍ରାପ୍ତିରୁ ପ୍ରାପ୍ତି ପର୍ଯ୍ଯନ୍ତ
ଏମିତି ଅନ୍ଧାର ଘରେ ପ୍ରତୀକ୍ଷାରେ
କାଳ କାଳ ତୀବ୍ର ଯନ୍ତ୍ରଣାରେ ।
ରାଜକିଶୋର ନାୟକ,
ତଳବଙ୍ଗାଳ, କୁଶୁବେଣ୍ଟି, ବ୍ରହ୍ମଗିରି, ପୁରୀ