ହୋଲି ପାଇଁ ଶେରଗଡ ସହର ରେ ରଙ୍ଗ ଓ ଅବିର ର ପସରା

ଶେରଗଡ, (ଅନୀଲ କୁମାର ପଣ୍ଡା):ଆସନ୍ତା ଶୁକ୍ରବାର ଦୋଳ ପୂର୍ଣ୍ଣିମା ଏବଂ ଶନିବାର ହେଉଛି ହୋଲି। ରଙ୍ଗର ପର୍ବ ହୋଲି କୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବା ଲାଗି ବର୍ତ୍ତମାନ ଠାରୁ ଶେରଗଡ ସହର ଚଳଚଞ୍ଚଳ ହୋଇଛି। ସହରର ବିଭିନ୍ନ ସ୍ଥାନରେ ଖୋଲିଥିବା ରଙ୍ଗ ଦୋକାନ ରେ ବିଭିନ୍ନ କିସମର ରଙ୍ଗ, ପିଚକାରୀ,ଟୋପି, ଚଷମା ଉପଲବ୍ଧ ହେଉଛି। ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ସବୁ ରଙ୍ଗ, ପିଚକାରୀ ଓ ଅନ୍ୟାନ୍ୟ ସାମଗ୍ରୀ ଦର ଆଶାତୀତ ଭାବେ ବୃଦ୍ଧି ପାଈଛି। ଶେରଗଡ ସହରର କେନ୍ଦ୍ର ସ୍ଥଳରେ ଥିବା ବିଭିନ୍ନ ସିଜନ ଷ୍ଟୋର ରେ ମାଲିକ ମାନେ ପ୍ରସ୍ତୁତ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ରଙ୍ଗର ପର୍ବ ହୋଲି ଲାଗି ବ୍ୟବସାୟ ଜୋର ଧରିନଥିଲେ ମଧ୍ୟ ଆଗାମୀ ଦିନରେ ନିଶ୍ଚିତ ଭାବେ ଭଲ ବ୍ୟବସାୟ ହେବାର ସମ୍ଭାବନା ରହିଛି। ଫଗୁ ଦଶମୀ ତିଥି ଠାରୁ ଶେରଗଡ ଅଞ୍ଚଳରେ ଦୋଳଯାତ୍ରା ଆରମ୍ଭ ହେଉଛି। ଦୋଳରେ ଦୋଳଗୋବିନ୍ଦ,ଚାପରେ ମଧୁସୂଦନ, ରଥରେ ବାମନ ରୂପୀ ଭଗବାନ ଙ୍କୁ ଦର୍ଶନ କଲେ ସାଂସାରିକ ମୋହ ମାୟା କବଳରୁ ମୁକ୍ତି ମିଳିଥାଏ ବୋଲି ଲୋକ ପ୍ରଥା ପ୍ରଚଳିତ ହୋଇ ଆସିଛି। ସଂସ୍କୃତି ସମ୍ପନ୍ନ ଶେରଗଡ ସହର ଓ ଏହାର ଆଖପାଖ ଅଞ୍ଚଳରେ ଦୋଳ ପୂର୍ଣ୍ଣିମା ଓ ହୋଲି ର ମାହୋଲ ଜମିବାରେ ଲାଗିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ