ଚାଚେରୀ ବେଶ
ଆସ ଆସ ମୁଦିରସ୍ତ
ମେକାପ ସେବକ,
ଫଗୁଣ ଶୁକ୍ଳ ଦଶମୀ
ଫଗୁର ମହକ।
ମହାପ୍ରଭୁ ରସରାଜ
ରସିକେନ୍ଦ୍ର ମୌଳି,
ଚାଚେରୀ ବେଶ ହୋଇଲେ
ଭକ୍ତ ହେବେ ମେଳି ।
ଫଗୁ ଶୁକ୍ଳ ଦଶମୀରୁ
ଫଗୁଣ ପୂର୍ଣ୍ଣିମା,
ବସନ୍ତ ରାସ ରଚିବେ
କି ଦେବା ଉପମା ।
ଶ୍ରୀଅଙ୍ଗେ ଚନ୍ଦନ ଲେପ
ମାଧବାଳି ବସ୍ତ୍ର,
ଦେହେ ସୁବର୍ଣ୍ଣ କୁଣ୍ଡଳ
ତଡଗୀ ସ୍ବତନ୍ତ୍ର ।
ପୁଷ୍ପ ରେଣୁର ଅବିର
ସର୍ବାଙ୍ଗେ ବୋଳିବ,
ଝିମିରି ଫଗୁ ଖେଳରେ
ସର୍ବେ ହଜିଯିବ ।
ଦୋଳରେ ଦୋଳଗୋବିନ୍ଦ
ନଗ୍ରେ ବୁଲାଇବ
ଭୂଦେବୀ ଶ୍ରୀଦେବୀ ତାଙ୍କ
ସଙ୍ଗତରେ ନେବ ।
ଫଗୁଣରେ ଫଗୁ ଖେଳ
ଚାଚେରୀ ବେଶରେ
ଶ୍ରୀଅଙ୍ଗରେ ଲାଲ୍ ବସ୍ତ୍ର
ଆନନ୍ଦ ମର୍ତ୍ତ୍ୟରେ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ