ସିଆଇଏସଏଫର ସୁରକ୍ଷିତ ତଟ ସମୃଦ୍ଧ ଭାରତ ସାଇକ୍ଲୋଥନ ରେ କୋଣାର୍କ ରେ ସ୍ବାଗତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୃଦ୍ଧ ଭାରତ ବାର୍ତ୍ତାରେ କୋଷ୍ଟାଲ ସାଇକ୍ଲୋଥନକୁ କୋଣାର୍କରେ ଭବ୍ୟ ସ୍ବାଗତ ଦିଆଯାଇଥିଲା। ଗୁରୁବାର ସଂଧ୍ୟାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା,ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତ, ଜାତୀୟ ଭଲିବଲ ଖେଳାଳି ଶ୍ରୀକାନ୍ତ ନାୟକ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଗତ ମାର୍ଚ୍ଚ ୭ତାରିଖରେ ପଶ୍ଚିମବଙ୍ଗର ବଖାଲିରୁ ଏହି କୋଷ୍ଟାଲ ସାଇକ୍ଲୋଥନ ବାହାରିଥିଲା। ଓଡ଼ିଶାର ବ୍ରହ୍ମପୁର, ଗୋପାଳପୁର,ପୁରୀ ସାତପଡ଼ା ପରିକ୍ରମା କରିବ। ଆସନ୍ତା ମାର୍ଚ୍ଚ ୩୧ତାରିଖରେ କନ୍ୟାକୁମାରୀରେ ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ସିଆଇଏସଏଫର ସୁରକ୍ଷା କର୍ମୀ ସାମିଲ ହୋଇଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ସମୁଦ୍ର ତଟରେ ବସବାସ କରୁଥିବା ଲୋକଙ୍କ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସମ୍ବେଦନଶୀଳ ରହିବା। ସାଇକ୍ଲୋଥନ ଦଳ ଶୁକ୍ରବାର ପୁରୀ ଅଭିମୁଖେ ବାହାରିବାର କାର୍ଯ୍ୟକ୍ରମ ରହିଛି।