ଭାରତୀୟ କମ୍ପାନୀ କ୍ରୀଡ଼ା ମହାସଂଘର ଉପସଭାପତି ନିର୍ବାଚିତ

ସମ୍ପ୍ରତି ଉତ୍ତରାଖଣ୍ଡ ରାଜ୍ୟର ଭୀମତାଲସ୍ଥିତ ହୋଟେଲ ରାମା ବ୍ଲୁ ପଏଣ୍ଟଠାରେ ଭାରତୀୟ କମ୍ପାନୀ କ୍ରୀଡ଼ା ମହାସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଧିବେଶନରେ ଭାରତର ତିରିଶିଟି ପ୍ରଦେଶରୁ ସତୁରୀଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ । ନିର୍ବାଚନରେ ସଲଭେନ୍ଦ୍ର ଗୁପ୍ତା ସଭାପତି, ଓ ଏମ୍.ପି. ସିଂହ ସେକ୍ରେଟାରୀ ଜେନେରାଲ, ରାହୁଲ ସିଂହ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ ଓଡ଼ିଶାର ପି.କେ. ପଣ୍ଡା ସର୍ବସମ୍ମତିକ୍ରମେ ମହାସଂଘର ବରିଷ୍ଠ ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ପଦାଧିକାରୀମାନେ ଆସନ୍ତା ·ରିବର୍ଷ ନିମନ୍ତେ କାର୍ଯ୍ୟ କରିବେ । ଏଥିସହ ପୂର୍ବାଞ୍ଚଳ ରାଜ୍ୟ ସମୂହର ସେକ୍ରେଟାରୀ ଭାବେ ଓଡ଼ିଶାର ରଞ୍ଜିତ କୁମାର ଦାସ ନିର୍ବାଚିତ ହୋଇଛନ୍ତି ।ଭାରତୀୟ କମ୍ପାନୀ କ୍ରୀଡ଼ା ମହାସଂଘ ଭାରତରେ ଆନ୍ତର୍ଜାତୀୟ ଅଲମ୍ପିକ କମିଟିର ଅନୁମୋଦିତ ପ୍ରାୟ ୪୦ଟି ଖେଳର ପ୍ରସାର ନିମନ୍ତେ କାର୍ଯ୍ୟ କରୁଥିବା ଏକ ସ୍ୱୟଂଶାସିତ ମହାସଂଘ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ