ସାନଖେମୁଣ୍ଡି ରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ରାଜ୍ୟ ସରକାରଙ୍କ ଦ୍ୱାରା ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭିଡିଓ କନ୍‌ଫରେନି୍ଂସ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ସାନଖେମୁଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାୟକ, ନିର୍ବାହୀଯନ୍ତ୍ରୀ ଅଶୋକ ଶତପଥୀ, କନିଷ୍ଠ ଯନ୍ତ୍ରୀ,ଜିଲ୍ଲା ପରିଷଦ ସଭ୍ୟ ଅମିନ ପ୍ରଧାନ,ଶଙ୍କର୍ଷଣ ସ୍ବାଇଁ ,ବିଜୟ ପ୍ରଧାନ ,ମାମାନି ପାତ୍ର, ସାନଖେମୁଣ୍ଡି ବ୍ଲକ ର ସମସ୍ତ ସରପଞ୍ଚ , ସମିତି ସଭ୍ୟ, ଜନ ପ୍ରତିନିଧି ଙ୍କ ଦ୍ଵାରା ସାନଖେମୁଣ୍ଡି ବ୍ଲକ ର ୨୬ ଟି ପଞ୍ଚାୟତ ର ୪୧୮ ଜଣ ହିତାଧିକାରୀ ଙ୍କୁ ଅନ୍ତ୍ୟୋଦୟ ଯୋଜନାରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।ସିପି ପ୍ରଦୀପ କୁମାର ମହାନ୍ତି, ଙ୍କଏପିଓ ଅରୁଣ କୁମାର ସ୍ବାଇଁ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଡିଓ, ବିଫଟି ,ବ୍ଲକ ର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଏହି ଯୋଜନାର ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ ରେ ସହଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ଏହି ଯୋଜନା ରାଷ୍ଟ୍ରୀୟ ନୂଆବର୍ଷରେ ଶୁଭାରମ୍ଭ ହୋଇଥିବା ବେଳେ ଏହି ଯୋଜନାରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ପ୍ରତ୍ୟେକଟି ହିତାଧିକାରୀଙ୍କ ନିକଟରେ ଯୋଜନା ପହଞ୍ଚିବା ନେଇ ସରକାରଙ୍କ ଲକ୍ଷ ରହିଛି। ଏହି ଯୋଜନା ଦିବ୍ୟାଙ୍ଗ, ବିଧବା, ରୋଗାକ୍ରାନ୍ତ, ସହିଦ ପରିବାର, ବନ୍ୟାବାତ୍ୟା, ଘର ପୋଡ଼ି ନଷ୍ଟ,ହାତୀ ଉପଦ୍ରବରେ ଗୃହ ନଷ୍ଟ ଆଦିରେ ପୀଡ଼ିତ ହିତାଧିକାରୀଙ୍କୁ ଅଗ୍ରାଧିକାର ଦିଆଯାଇ ଗୃହ ପାଇଁ ଅନୁଦାନ ମଞ୍ଜୁର ହେଇଥିବା ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ