ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହନ୍ତ): କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେଏକଶୋଭାଯାତ୍ରାକୁ ଡାକ୍ତର ବିନୋଦ ବିହାରୀ ମିଶ୍ର, ଜିଲ୍ଲା ଚିକିତ୍ସାଧିକାରୀ (ଚିକିତ୍ସା ସେବା ) ଅଧିକ୍ଷକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା । ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ଚିକିତ୍ସାଧିକାରୀ (ଚିକିତ୍ସା ସେବା ) ଅଧିକ୍ଷକ ଏହି ଦିବସ ପାଳନ କରିବାର ତାତ୍ପର୍ଯ୍ୟ ଓ ବିଶ୍ଵ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ସୁସ୍ଥ ଅୟମାରମ୍ଭ, ଆଶାଦୀପ୍ତ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ। ଡାକ୍ତର ପିକେ ମିଶ୍ର (ଭେଷଜ ବିଶେଷଜ୍ଞ) ମା’ ଓ ଶିଶୁ ମାନଙ୍କର ସ୍ୱାସ୍ଥ୍ୟ ଏକ ସ୍ଵାସ୍ଥ୍ୟକର ପରିବାର ଓ ଗୋଷ୍ଠୀର ବ ହିତ୍ତିଭୂମି ଯାହା ଆମ ସମସ୍ତଙ୍କର ଏକ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସାହାଯ୍ୟ କରେ। ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନଙ୍କ ପାଇଁ ନିବେଶ କଲେ ଅର୍ଥନୈତିକ ବିକାଶ ସହିତ ଏକ ସୁସ୍ଥସବଳ ସମାଜ ଗଠନ ସମ୍ଭବ । ଉକ୍ତ କାର୍ଯ୍ୟକ୍ରମରେ ଡାକ୍ତର ବସନ୍ତ କୁମାର ପାତ୍ର,(ଡିସି) ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟଅଧିକାରୀ, ଡାକ୍ତର ନୀଲମ ମହାନ୍ତ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି), ନିତ୍ୟରଞ୍ଜନ ବରାଳ,ଜିଲ୍ଲାକାର୍ଯ୍ୟକ୍ରମ ପରିଚାଳକ, ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ପ୍ରଚାର ଓ ପ୍ରସାର ଉପରେଗୁରୁତ୍ୱଦେଇଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ଭରତ କୁମାର ସାହୁ ଓ ବୃନ୍ଦାବନ ସାହୁ (ଏସଏ ) ସଂଚଳନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏଏନଏମ ଛାତ୍ରୀନର୍ସିଂଅଫିସରପାରାମେଡିକାଲ କର୍ମଚାରୀ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ