ଗୁଣପୁରରେ ପାରଦ ୪୧ ଡିଗ୍ରି : ଦୁଇ ଦିନ ସ୍କୁଲ ଛୁଟି ଘୋଷଣା

ଗୁଣପୁର,(ୱାଇଏନଏସ): ତାତି ପାଇଁ ତ୍ରାହି ତ୍ରାହି ଡାକୁଛି ସାରା ଓଡ଼ିଶା। ଏଥିରେ ରାୟଗଡା ଜିଲ୍ଲା ବା କେମିତି ବାଦ ପଡିବ, ଓଡ଼ିଶା ଜଳୁଥିବା ବେଳେ ରାୟଗଡା ଜିଲ୍ଲାର ରାୟଗଡା, ଗୁଣପୁର, ବିଷମକଟକ, ମୁନିଗୁଡା , ପଦ୍ମପୁର, କୋଲନରା, ରାମନାଗୁଡା, କଲ୍ୟାସିଂପୁର, ଗୁଡାରି, କାଶୀପୁର, ଚନ୍ଦ୍ରପୁର ସମସ୍ତ ଅଞ୍ଚଳର ଦିନ ତାପମାତ୍ରା ୪୧ ଡିଗ୍ରି ଅତିକ୍ରମ କରିଛି, ଅସହ୍ୟ ଗ୍ରୀଷ୍ମ ପ୍ରଭାହ ଓ ତାପମାତ୍ର କୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି ଏପ୍ରିଲ ୨୪ ଓ ୨୫ ତାରିଖ ଦୁଇ ଦିନ ପିଲାଙ୍କ ପାଇଁ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଛନ୍ତି। ସରକାରୀ, ଅନୁଦାନ ପ୍ରାପ୍ତ ଓ ବେସରକାରୀ ଶିକ୍ଷାନୁଷ୍ଠାନର ଶିଶୁ ବଟିକା ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି। ତେବେ ସ୍ବଭାବିକ ଭାବେ ସ୍କୁଲ ଗୁଡିକ ଖୋଲା ରହିବା ସହ ଶିକ୍ଷକ ମାନେ ଉପସ୍ଥିତ ରହି ନାମ ଲେଖା ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ବିଜ୍ଞପ୍ତି ରେ କୁହାଯାଇଛି। ପ୍ରବଳ ତାତିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପୂର୍ବାହ୍ନ ୧୧ ଟା ପରେ ଲୋକ କେହି ବାହାରକୁ ଆସୁନଥିବା ବେଳେ ରାସ୍ତାଘାଟ ଶୁନ ଶାନ ଦେଖାଯାଉଛି। ଛୋଟ ବଡ଼ ଦୋକାନ ଗୁଡିକର ବ୍ୟବସାୟ ମଧ୍ୟ ମାନ୍ଦା ଦେଖାଯାଉଛି। ଯାନବାହନ ଚଳାଚଳ ପ୍ରାୟ ହେଉନଥିବା ବେଳେ ଯାତ୍ରୀବାହୀ ବସ ଗୁଡିକରେ ମଧ୍ୟ ଯାତ୍ରୀ ମାନେ ବିଶେଷ ଭାବେ ଯାତ୍ରା କରୁନାହାନ୍ତି। ପୋୖରାଞ୍ଚଳ ଓ ପଞ୍ଚାୟତ ଗୁଡିକରେ ଜଳଛତ୍ର ବ୍ୟବସ୍ଥା ଆଖି ଦୃଶିଆ ନାହିଁ। ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ଖରା ସମୟରେ ବାହାରକୁ ନ ବାହାରିବା, ଆବଶ୍ୟକ ହେଲେ ଛତା, ପାଣିବୋତଲ ଓ କଳାଚଷମା ଲଗାଇ ଘରୁ ବାହାରିବା, ପ୍ରଚୁର ପରିମାଣରେ ତରଳ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଛି। ଅପରାହ୍ଣ ୪ ଟା ଆଡ଼କୁ ପାଗ ମେଘୁଆ କାଳବୈଶାଖୀ ପ୍ରଭାବ ବି ରହିପାରେ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗରମ ଓ ଗୁଳୁଗୁଳି ପ୍ରଭାବ ଅଧିକ ରହିବ ବୋଲି ପାଣି ପାଗ ସୂତ୍ରରୁ ଜଣାପଡ଼ିଛି। ଏଣୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜନସାଧାରଣଙ୍କୁ କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ