ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କୁଶପଡା ଗ୍ରାମ ଖେଳପଡିଆ ଠାରେ ଗୁରୁବାର ଶ୍ରୀ ସିଦ୍ଧି ବିନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ସମାରୋହରେ ଜିଲା ପରିଷଦ ସଦସ୍ୟା ଙ୍କ ପ୍ରତିନିଧି ଏମ୍. ନିରଞ୍ଜନ ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ପୂର୍ବତନ ସରପଞ୍ଚ ଏସ୍. ଗାନ୍ଧୀ ଦୋରା ,ସାମାଜିକ କର୍ମୀ ବିଭୂ ଦୋରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଭାଇଚାରା ମନୋଭାବ ରଖି ଖେଳିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମେ ବ୍ୟାଟିଂ କରି ଦିଗପହଣ୍ଡି ଗ୍ରାଉଣ୍ଡ କ୍ରିକେଟ ଟିମ୍ ନିର୍ଦ୍ଧାରିତ ୬ ଓଭରରେ ୩ ୱିକେଟ ହରାଇ ୯୯ ରନ୍ ସଂଗ୍ରହ କରିଥିଲା । ଟିମ୍ ପକ୍ଷରୁ ଦୀପକ କୁଣ୍ଡ ମାତ୍ର ୧୬ ଟି ବଲରେ ୭ ଟି ଛକା ଓ ୪ ଟି ଚୌକା ଜରିଆରେ ଅପରାଜିତ ୬୦ ରନ କରିଥିଲେ । ଜବାବରେ ବିପକ୍ଷ ଟିମ୍ ପୁଟବଗଡ ଗ୍ରାମ କ୍ରିକେଟ ଟିମ୍ ୭୪ ରନ କରି ପରାସ୍ତ ହୋଇଥିଲା । ଦିଗପହଣ୍ଡିର ଦୀପକ କୁମାର ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା । ଅକ୍ଷୟ ସାହୁ ଓ ଚନ୍ଦନ ଦୋରା ମ୍ୟାଚ ରେ ଅମ୍ପାୟରିଂ କରିଥିବା ବେଳେ ଅଶ୍ବିନୀ ସାହୁ , ସିମା ଦୋରା , ରବି ଦୋରା , କିରଣ ବିଷୋୟୀ , ଜିତେନ ଦୋରା , ସାଗର ଦୋରା , ଚନ୍ଦନ ସେଠୀ , ବବୁଲ ଦୋରା , ରିତେଶ ଦୋରା , ଶଙ୍କର ସେଠୀ , ସାନୁ ମହାରଣା , ଶୁଭମ ଦୋରା , ପ୍ରେମ ଦୋରା ପ୍ରମୁଖ କ୍ଳବ୍ ସଦସ୍ୟ ମ୍ୟାଚ୍ ପରିଚାଳନାରେ ସହଯୋଗ କରିଥିଲେ.


