ଅନନ୍ତ ସେଠୀ ନିଖୋଜ
ହାଟଡ଼ିହି (ଓ୍ବାଇଏନଏସ) : ନନ୍ଦିପଦା ଥାନା ଅଧିନସ୍ଥ ଗେଡ଼ମା ଗ୍ରାମର ଅନନ୍ତ ସେଠୀ(୬୨) ଖଡ଼ଗପୁର ରେଲୱେ ଷ୍ଟେସନରୁ ନିଖୋଜ ହୋଇଥିବା ନେଇ ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜକୁ ଦେଢ଼ ମାସ ତଳେ ଅନନ୍ତ ସେଠୀ ନିଜ ଗ୍ରାମର ସୁଶାନ୍ତ ଦାସ ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ପଶ୍ଚିମ ବଙ୍ଗଳା ସ୍ଥିତ ହୁଗୁଳି ଜିଲ୍ଲାର ନସିବପୁର ଅଞ୍ଚଳକୁ ଆଳୁ କ୍ଷେତକୁ ଦିନ ମଜୁରିଆ ଭାବେ କାମ କରିବା ପାଇଁ ଯାଇଥିଲେ। ଗତ ୫ତାରିଖ ଦିନ ଉଭୟ ଅନନ୍ତ ଓ ସୁଶାନ୍ତ ଘରକୁ ଫେରୁଥିଲେ। ପ୍ଲାଟଫର୍ମରେ ସୁଶାନ୍ତଙ୍କୁ ବସାଇ ଅନନ୍ତ ଟିକେଟ ଆଣିବାକୁ ଯାଇଥିବା ବେଳେ ଟ୍ରେନ ଆସିବାରୁ ସୁଶାନ୍ତ ଟ୍ରେନରେ ଘରକୁ ପଳାଇ ଆସିଥିଲେ। ୨ଦିନ ପରେ ସୁଶାନ୍ତ ଘରକୁ ଏକା ଫେରିବା ପରେ ଅନନ୍ତ ଆସି ନଥିବା ଜାଣି ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ। ଆଜକୁ ପ୍ରାୟ ୩୦ବର୍ଷ ହେବ ଅନନ୍ତ ପଶ୍ଚିମବଙ୍ଗକୁ ଯାଇ କାମଧନ୍ଦା କରି ଆସୁଥିବା ବେଳେ ସେ କେମିତି ବାଟ ହୁଡ଼ିଲେ ତାହା ଅନେକାଂଶରେ ସନ୍ଦେହ ସୃଷ୍ଟି କରିଛି। ଅନନ୍ତ ଘରକୁ ନଫେରିବାରୁ ଗତ ଦୁଇଦିନ ହେବ ତାଙ୍କ ସ୍ତ୍ରୀ ଓ ପୁଅ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ତାଙ୍କ ପାଖରେ ମୋବାଇଲ ନଥିବା ବେଳେ କାହାର ନମ୍ବର ମଧ୍ଯ ତାଙ୍କ ପାଖରେ ନଥିଲା। ଏନେଇ ପରିବାର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ ଖଡ଼ଗପୁରକୁ ଯାଇ ଅନନ୍ତଙ୍କୁ ଖୋଜିବା ସକାଶେ ଗେଡ଼ମା ସରପଞ୍ଚଙ୍କ ସ୍ବାମୀ ସୁରେନ୍ଦ୍ର କାଣ୍ଡି ଓ ଗ୍ରାମର କିଛି ଯୁବଗୋଷ୍ଠୀ ଖଡ଼ଗପୁର ଯାଇ ଖୋଜାଖୋଜି କରୁଛନ୍ତି। ଯଦି କେହି ସହୃଦୟ ବ୍ୟକ୍ତି ଅନନ୍ତଙ୍କର କୌଣସି ଖବର ପାଆନ୍ତି ତା’ହେଲେ ଦିଆଯାଇଥିବା ଏହି ୭୮୪୯୦୫୪୮୪୧, ୮୪୮୦୧୧୫୬୦୫, ୭୮୪୮୯୯୨୮୯୪, ୬୩୭୨୩୬୫୮୬୧ ମୋବାଇଲ ନମ୍ବର ଗୁଡ଼ିକରେ ଯୋଗାଯୋଗ କରିବାକୁ ସରପଞ୍ଚ ଙ୍କ ପ୍ରତିନିଧି ଅନୁରୋଧ କରିଛନ୍ତି। ଏଥିସହ ଅନନ୍ତଙ୍କୁ ଖୋଜି ବାହାର କରିବାକୁ ପରିବାର ଲୋକେ ଓଡ଼ିଶା ସରକାରଙ୍କ ନିକଟରେ ମଧ୍ୟ ଗୁହାରି କରିଛନ୍ତି।