୫ଟି ବେଆଇନ ବାଲି ବୋଝେଇ ହାଇୱା ଜବତ

ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି କାରବାର ରୋକିବା ସହିତ ବାଲି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚଳାଇ ଥିବା ବେଳେ ମାଫିଆ ମାନେ ପୋଲିସ ଓ ଖଣି ବିଭାଗକୁ ଖାତିର କରୁ ନାହାନ୍ତି। ଗତ ମାସ କେନ୍ଦୁଝର ପୋଲିସ ଅପରେସନ ବୈତରଣୀ ନାମରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିବା ସହ ଅନେକ ଗାଡି ଓ ନଗଦ ଲକ୍ଷ ଲକ୍ଷ ଟଙ୍କା ଜବଦ କରିଥିଲା। ଆଶା କରାଯାଉ ଥିଲା ଯେ ବାଲି ମାଫିଆ ମାନେ ଏଥର ନିଶ୍ଚିତ ଭୟଭୀତ ହେବେ। କିନ୍ତୁ କିଛିଦିନର ନୀରବତା ପରେ ଏବେ ମାଫିଆ ମାନେ ସକ୍ରିୟ ହୋଇ ପଡିଛନ୍ତି। ଲିଜଘାଟରୁ ବାଲି ଉତ୍ତୋଳନ କରି ବିନା ଚାଲାଣରେ ବାଲି ପରିବହନ ହେଉଛି। କେତେକ ଘାଟରେ କେନ୍ଦ୍ରାପଡ଼ା ଚାଲାଣ କରାଯାଉଥିବା ବେଳେ ଆଉ କିଛି ଘାଟରେ ବଲାଙ୍ଗୀର ଚାଲାଣ ବ୍ୟବହାର କରି ବାଲି ଲୁଟ ଚାଲିଛି। ଏନେଇ ବାରମ୍ବାର ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ବି ଖଣି ବିଭାଗ ଅରାଜିନାଲ ଟିପି ଆମେ କଣ କରିପାରିବୁ ବୋଲି କହି ବାଲି ଚୋରା ଚାଲାଣ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ବାଲି ଘାଟରେ ସିସି ଟିଭି ଲାଗିବାର ପ୍ରାବଧାନ ଥିବାବେଳେ ଏଠାରେ ତାହାକୁ କେହି ଅଧିକାରୀ ତଦାରଖ କରୁ ନାହାନ୍ତି। ଗତ କିଛିଦିନ ତଳେ ବନ୍ତ ପୋଲିସ ୬ଟି ହାଇୱା ଜବଦ କରିଥିବା ବେଳେ ଆଜି ସୋ ସୋ ଏବଂ ଆନନ୍ଦପୁର ପୋଲିସ ୫ଟି ହାଇୱା ଜବଦ କରିବା ଚର୍ଚ୍ଚା ର ବିଷୟ ହୋଇଛି। ସୋସୋ ପୋଲିସ ତିନୋଟି ହାଇୱା ଜବଦ କରିଥିବା ବେଳେ ଆନନ୍ଦପୁର ପୋଲିସ ଦୁଇଟି ହାଇୱା ଜବଦ କରିବାରେ ସଫଳ ହୋଇଛି। ସୋ ସୋ ପୋଲିସ ପେଟ୍ରୋଲିଙ୍ଗ ସମୟରେ ତିନୋଟି ହାଇୱାକୁ ଅଟକ ରଖିଥିବା ବେଳେ ଗାଡି ଗୁଡିକ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ।  ଆନନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି  ବେଆଇନ ଭାବରେ ବାଲି ପରିବହନ କରୁଥିବା  ୨ଟି ବାଲି ବୋଝେଇ ହାଇୱାକୁ ଜବଦ କରିଥିଲେ।  ଯାଞ୍ଚ ସମୟରେ ଗାଡି ଗୁଡିକ ପରିବହନ ଖଣିଜ ପରିବହନ ସମ୍ବନ୍ଧୀୟ ଆଇନଗତ ବ୍ୟବସ୍ଥାର ଉଲ୍ଲଂଘନ କରିଥିବା ଜଣାପଡିଥିଲା।ଏନେଇ ଉଭୟ ଥାନାରେ  ପାଞ୍ଚଟି ପୃଥକ ପୃଥକ ମାମଲା ପଞ୍ଜିକୃତ ହୋଇଛି ଏବଂ ଅଧିକ ତଦନ୍ତ ଚାଲିଛି। ସରକାରୀ ସମ୍ବଳକୁ ସୁରକ୍ଷା ଦେବା ଏବଂ ଖଣିଜ ପଦାର୍ଥର ଆଇନଗତ ଉତ୍ତୋଳନ ଏବଂ ପରିବହନ ବଜାୟ ରଖିବା ପାଇଁ ବେଆଇନ ଖଣି ଏବଂ ବେଆଇନ ପରିବହନ କାର୍ଯ୍ୟକଳାପ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆନନ୍ଦପୁର ଏସଡିପିଓ କମଳ କୁମାର ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ