ଆଜାଦ୍ ହିନ୍ଦ ବାହିନୀ ପକ୍ଷରୁ ଦିଲ୍ଲୀ ଚଲୋ ଅଭିଯାନ

ଭୁବନେଶ୍ୱର(ଓ୍ବାଇଏନଏସ): କେନ୍ଦ୍ର ସରକାରଙ୍କର ଓଡ଼ିଶା ପ୍ରତି ଚରମ ଅବହେଳା ପ୍ରତିବାଦରେ ଏବଂ (୧) ଓଡ଼ିଶାରେ ଥିବା “ରେଳପଥ ଜୋନ’କୁ ବିକଳାଙ୍ଗ କରି ଏହା ଅଧୀନରେ ଥିବା ୱାଲ୍‌ଟିଅର ରେଳ ଡିଭିଜନକୁ ଭାଙ୍ଗି ବିଶାଖପାଟଣା ସମେତ ଏହାର ପ୍ରମୁଖ ଲାଭଦାୟକ ଅଞ୍ଚଳକୁ କାଢ଼ି ନିଆଯାଇ ଆନ୍ଧ୍ର ପ୍ରଦେଶ ପାଇଁ ନୂତନ ଭାବେ ଗଠନ ହେଉଥିବା “ସାଉଥ କୋଷ୍ଟ୍ ରେଳପଥ ଜୋନ’ ଅଧିନକୁ ଟେକି ଦିଆଯାଉଛି । ଯାହା ଫଳରେ ଇଷ୍ଟ୍ କୋଷ୍ଟ୍ ରେଳପଥ ଦୁର୍ବଳ ହେବା ସହ ଓଡିଶାର ପ୍ରଭୂତ ରାଜସ୍ୱ କ୍ଷତି ହେବ। ଆନ୍ଧ୍ର ତା’ର ରାଜନୈତିକ ପ୍ରଭାବ ବିସ୍ତାର କରି ଯଦି ତା’ର ତେଲଗୁ ରେଳ ଅଞ୍ଚଳକୁ ଏକାଠି କରି ଏକ ନୂଆ ଜୋନ ଗଢ଼ିବାକୁ ପ୍ରୟାସ ଚଳାଇଛି କେବଳ ନୁହେଁ ବରଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନବ ଗଠିତ ରାୟଗଡ଼ା ଡ଼ିଭିଜନକୁ ମଧ୍ୟ ସାଉଥ୍ କୋଷ୍ଟ୍ ରେଳ ଜୋନ୍‌ରେ ମିଶ୍ରଣ ପାଇଁ ଦାଦି ଉଠାଇଲେଣି। ଏଭଳି ଅବସ୍ଥାରେ ଓଡ଼ିଶାବାସୀ ଆମ ଓଡ଼ିଶା ସୀମା ମଧ୍ୟରେ ଥିବା ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଆଦି ଜିଲ୍ଲାରେ ଥିବା ଖଣିଜ ସମ୍ପଦ ଭରା ପ୍ରମୁଖ ରେଳ ଅଞ୍ଚଳଗୁଡ଼ିକ ଯାହା ଅନ୍ୟ ରାଜ୍ୟରେ ଥିବା ରେଳ ଜୋନ ଅଧିନରେ ରହିଛି ସେଗୁଡିକୁ ଏକାଠି କରି ଓଡ଼ିଶାରେ ଅବସ୍ଥିତ ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନରେ ସାମିଲ କରାଯିବା ପାଇଁ ଦାବି କରାଯିବା ଆବଶ୍ୟକ। ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା, ଇବ୍‌, ବ୍ରଜରାଜନଗର ଓ ବାଲେଶ୍ୱର ପରି ପ୍ରାକୃତିକ ସମ୍ପଦରେ ସମୃଦ୍ଧଶାଳୀ ଓ ରେଳପଥର ଟ୍ରାନ୍ସପୋର୍ଟେସନ ହବ୍ ଭାବେ ପରିଚିତ ଅଞ୍ଚଳଗୁଡିକୁ ରେଳପଥରେ ସାମିଲ କରାଯାଇ ପାରିଲେ ରେଳପଥ ସହ ଓଡିଶାର ହେଉଥିବା କ୍ଷତି ଭରଣା ହୋଇପାରିବ। ଓଡିଶାର ଏହି ପ୍ରମୁଖ ରେଳ ଅଞ୍ଚଳକୁ ମିଶାଇ ଓଡ଼ିଶାର ଉତ୍ତର-ପଶ୍ଚିମାଞ୍ଚଳରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ସହ ଓଡ଼ିଶା ସୀମା ମଧ୍ୟରେ ଥିବା ମସସ୍ତ ରେଳପଥ ଅଚଂଳକୁ ଇଷ୍ଟ୍ କୋଷ୍ଟ୍ ରେଳପଥ ଜୋନରେ ସାମିଲ କରିବା (୨) ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣ ହେଉଥିବା “ପୋଲାଭରମ ଡ୍ୟାମ’ ର ଉଚ୍ଚତା ବୃଦ୍ଧି ଫଳରେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାଣିରେ ବୁଡ଼ିଯିବ, ଲକ୍ଷ ଲକ୍ଷ ମାଲକାନଗିରି ଜିଲ୍ଲା ତଥା ଓଡ଼ିଶା ମାଟିର ମଣିଷମାନେ ବାସଚ୍ୟୁତ ହେବେ। ପୋଲାଭରମ ପ୍ରକଳ୍ପର ଉଚ୍ଚତା ହ୍ରାସ ସହ ମାଲକାନଗିରି ଜିଲ୍ଲାବାସୀଙ୍କୁ ବାସଚ୍ୟୁତ ହେବାରୁ ରକ୍ଷା କରିବା (୩) ଓଡ଼ିଶାର ଜୀବନରେଖା ମହାନଦୀ ଉପରେ ଛତିଶଗଡ଼ ରାଜ୍ୟ କର୍ତ୍ତୃତ୍ୱ ବିସ୍ତାର ସ୍ୱରୂପ ଅନେକ ବେଆଇନ ଡ଼୍ୟାମ ନିର୍ମାଣ ଫଳରେ, ଓଡ଼ିଶାରେ ମହାନଦୀ ଅବବାହିକାରେ ଖରାଦିନେ ଜଳାଭାବର ସମସ୍ୟା ଉତ୍କଟ ରୂପ ନେବାରେ ଲାଗିଛି। ବର୍ଷାଦିନେ ମଧ୍ୟ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକ ଶୁଖିଲା ପଡ଼ୁଛି। ଫଳରେ ମହାନଦୀ ଅବବାହିକାରେ ବସବାସ କରୁଥିବା ଜନଗଣ ଜଳ ନିମନ୍ତେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ଆରମ୍ଭ ହୋଇଗଲାଣି, ଯାହା ଆଗକୁ ଆହୁରି ଉତ୍କଟ ରୂପ ଧାରଣ କରିବ। ବର୍ଷ ସାରା ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ସ୍ୱାଭାବିକ କରିବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା (୪) ରତ୍ନଗର୍ଭା ଓଡ଼ିଶା ମାଟିି ତଳେ ଓ ମାଟି ଉପରେ ଭରି ରହିଛି ଅଜସ୍ର ପ୍ରାକୃତିକ ଓ ଖଣିଜ ସମ୍ପଦ। ଏହା ସତ୍ୱେ ବେକାରୀ ଓ ଦାଦନ ଚାଲାଣରେ ମଧ୍ୟ ଓଡ଼ିଶା ସର୍ବାଗ୍ରେ ରହିଛି। ଅବସ୍ଥା ଏପରି ସଙ୍ଗୀନ ହେଲାଣି ଯେ, ହୋମଗାର୍ଡ଼ ଚାକିରି ଖଣ୍ଡେ ପାଇଁ ହଜାର ହଜାର ଉଚ୍ଚ ଶିକ୍ଷିତ ଯୁବକ-ଯୁବତୀ ଆବେଦନ କରୁଛନ୍ତି। ଆମ ରାଜ୍ୟର ପ୍ରାକୃତିକ ଖଣିଜ ସମ୍ପଦକୁ ଦେଶୀ-ବିଦେଶୀ ପୁଞ୍ଜିପତିମାନେ ନିଜସ୍ୱ ସ୍ୱାର୍ଥ ସାଧନ ପାଇଁ ଏହାକୁ ଲୁଟ୍ କରିଚାଲିଛନ୍ତି। ଏହାର ସଫଳ ବିନିଯୋଗ କରି ଲକ୍ଷ ଲକ୍ଷ ଓଡ଼ିଆ ଯୁବକ-ଯୁବତୀଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ଦାବିରେ ଆଜାଦ୍ ହିନ୍ଦ୍ ବାହିନୀ, ଓଡ଼ିଶା ପକ୍ଷରୁ ଆସନ୍ତା ୧୦ ଅପ୍ରେଲ ୨୦୨୫ ରିଖ ଦିନ ଦିବା ୧୦ ଘଟିକା ୩୦ ମିନିଟ ସମୟରେ ଏକ ପ୍ରତିବାଦ ଧାରଣା ନୁଆଦିଲ୍ଲୀ ସଂସଦ ଭବନ ସମ୍ମୁଖସ୍ଥ ଜନ୍ତର ମନ୍ତର ଠାରେ ଅନୁଷ୍ଠିତ ହେବ। ଏହି ପରିପେକ୍ଷୀରେ ଆଜି ଆଜାଦ୍ ହିନ୍ଦ ବାହିନୀ ଓ ଫରୱାର୍ଡ଼ ବ୍ଲକ ର ଶତାଧିକ କର୍ମୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଆଜାଦ ହିନ୍ଦ ବାହିନୀର ରାଜ୍ୟ ଅଧ୍ୟକ୍ଷ ଜ୍ୟୋତି ରଞ୍ଜନ ମହାପାତ୍ର, ସମ୍ପାଦିକା ସୁବତୀ ଆଜାଦ, ରାଜ୍ୟ ସଂଯୋଜକ ସୁଶୀଲ ଥାନପତି, ଦିଶା ଆଜାଦ, ଲକ୍ଷ୍ମୀ ଦୋରା, ଜୟଯୁକ୍ତ ଖିଲ, ସବିନ୍ଦ୍ର ଖିଲ, ରିଙ୍କି ସାହୁ, ଫରୱାର୍ଡ଼ ବ୍ଲକର ରାଜ୍ୟ ନେତା ଶମ୍ଭୁ ପ୍ରସାଦ ମହାନ୍ତି, ଶାନ୍ତି ଲତା ମହାରଣା, ନିରଞ୍ଜନ ଭୋଇ, ଆଲୋକ ମହାପାତ୍ର, କମଳା ସାହୁ, ବିଦ୍ୟୁତପ୍ରଭା ରାୟ ଚୌଧୁରୀ, ନିରୁପମା ରାଜ, ଲଷ୍ମୀଧର ଗିରି, ଧନ ଗିଉରିଆ, ସୁଶାନ୍ତ କୁମାର ନାଥ, କାନହୁ ପଣ୍ଡା, ସନ୍ତୋଷ କୁମାର ଯତି, ବିଶ୍ୱଜିତ ପଣ୍ଡା, ପି. ମୁରଳୀକୃଷ୍ଣ, ମୀରାମ୍ବିକା ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଆଜି ଶତାଧିକ ସାଥୀମାନେ ନୀଳାଞ୍ଚଳ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶା ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଆଜାଦ ହିନ୍ଦ ବାହିନୀର ଏହି ଦିଲ୍ଲୀ ଚଲୋ ଅଭିଯାନରେ ସାମିଲ ଅଭିଯାତ୍ରୀ ଦଳଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚି ସିପିଆଇ(ଏମ.ଏଲ) ଲିବରେସନର ରାଜ୍ୟ ନେତା ତଥା ବିଶିଷ୍ଟ ଶ୍ରମିକ ନେତା ମହେନ୍ଦ୍ର ପରିଡା, ଆରରଜେଡିର ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜନୈତିକ ଦଳର ନେତୃମଣ୍ଡଳୀ ଅଭିନନ୍ଦନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ