ପରିବେଶର ସୁରକ୍ଷା ଲାଗି ସ୍ୱେଚ୍ଛାସେବୀ ଏ. ବ୍ରହ୍ମାନନ୍ଦଙ୍କ ସଚେତନତା କାର୍ଯ୍ୟକ୍ରମ

ଆସିକା (ୱାଇଏନ୍‍ଏସ୍‍) : ପ୍ରତିବର୍ଷ ଜୁନ୍ ମାସ ୫ ତାରିଖକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଥାଏ । ଏହି ଅବସରରେ କବିସୂର୍ଯ୍ୟନଗର ଏନ୍‌ଏସି ଅଧିନସ୍ଥ ଦେଶୀବେହେରା ସାହିର ଯୁବ ସମାଜସେବୀ ଏ. ବ୍ରହ୍ମାନନ୍ଦ ଆଚାରୀ ବିଭିନ୍ନ ବେଶଭୁଷାରେ ସଜ୍ଜିତ ହୋଇ ଗୁରବାର ଆସିକା ପୌର ପରିଷଦ ଓ ବ୍ଳକ ଅଧିନସ୍ଥ ବିଭିନ୍ନ ଅଞ୍ଚଳର ସାହିବସ୍ତିକୁ ବୁଲି କରି ପରିବେଶର ସୁରକ୍ଷା ପ୍ରତି ଜନସାଧାରଣଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଜନସଚେତନତା ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଥିଲା । ବିଶ୍ୱ ପରିବେଶ ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଯୁବ ସମାଜସେବୀ ତଥା ପରିବେଶବିତ୍‍ ଏ. ବ୍ରହ୍ମାନନ୍ଦ ଆଚାରୀ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିବା ସାଙ୍ଗକୁ ପରିବେଶ ସନ୍ତୁଳନର ରକ୍ଷା ନହେଲେ ମାନବ ସମାଜ ଭୟଙ୍କର ବିପଦର ସମ୍ମୁଖୀନ ହେବା ସମ୍ଭାବନା ରହିଥିବା ବେଳେ ପରିବେଶ ପ୍ରଦୂଷଣ ଆଜି ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି ବୋଲି ପ୍ରକାଶ କରି ପରିବେଶର ସୁରକ୍ଷା ଲାଗି ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଓ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ଜୁନ୍‍ ମାସ ପ୍ରଥମ ସପ୍ତାହର ପ୍ରଚଣ୍ଡ ଖରାକୁ ତିଳେ ମାତ୍ର ଖାତିର୍‍ ନକରି ପରିବେଶବିତ୍‍ ତଥା ପ୍ରକୃତିବନ୍ଧୁ ପୁରସ୍କାରପ୍ରାପ୍ତ ଏ.ବ୍ରହ୍ମାନନ୍ଦ ଆଚାରୀ ବିଭିନ୍ନ ସାହିବସ୍ତିକୁ ବୁଲି ଗଛ ଲଗାଓ, ପରିବେଶ ବଞ୍ଚାଓ ନାନା ଦେଇ ଜନସାଧାରଣଙ୍କୁ ସଚେତନ କରୁଥିଲା ବେଳେ ତାଙ୍କର ଏହି ପ୍ରୟାସକୁ ସାଧାରଣରେ ସ୍ୱାଗତ କରାଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ