ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସୁବର୍ଣ୍ଣ ଜୟନ୍ତୀ ପାଳିତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକର ମରୈଗାଁ ପଞ୍ଚାୟତ ତେନ୍ତୁଲିନଣ୍ଡାରେ ଥୂବା ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସୁବର୍ଣ୍ଣ ଜୟନ୍ତି ସମାରୋହ ଉଦଯାପିତ ହୋଇଯାଇଛି। ୧୯୭୫ ମସିହାରେ ସ୍ବର୍ଗତ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଉଦ୍ୟମରେ ଏହି ସ୍କୁଲ ପ୍ରତିଷ୍ଠା ହୋଇଥଲା। ୯ତାରିଖରେ ଅନୁଷ୍ଠିତ ଜୟନ୍ତୀ ସମାରୋହର ଉଦଘାଟନ ଉତ୍ସବରେ ଅନାଦି ଚରଣ ସ୍ବାଇଁ, ଡ. ଗୋଲକ ବିହାରି ସାହୁ, ପ୍ରଫେସର ଉମେଶ ଚନ୍ଦ୍ର ସାହୁ, ଡ.ଗୟାଧର ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁବର୍ଣ୍ଣ ଜୟନ୍ତି ସ୍ମରଣିକା, “ଦିବ୍ୟା ସ୍ବାଗତ” ପୁସ୍ତକ ଉନ୍ମୋଚନ କରିଛନ୍ତି।  ପ୍ରଥମ ଅଧିବେଶନରେ  ମାତୃ ସଙ୍ଗୀତ, ଧ୍ୟାନ ଓ ସୁବର୍ଣ୍ଣ ଜୟନ୍ତି ଉଦଘାଟନ କରାଯାଇଥିଲା।  ସୁଶ୍ରୀ ମମତାମୟୀ ସାବିତ୍ରୀ ଆବୃତି କରିଥିବା ବେଳେ ରାଧାରାଣି ଓଝା ସ୍ବାଗତ ଭାଷଣ ଦେଇଥୂଲେ।   ଦ୍ୱିତୀୟ ଅଧିବେଶନରେ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ମିଳନି ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ ଅଜିତ କୁମାର ପହି ପରିଚାଳନା କରିଥିଲେ। ତୃତୀୟ ଅଧୂବେଶରେ ରତିକାନ୍ତ ଜେନା ମାତୃ ବନ୍ଦନା କରିଥିଲେ ‌। ସୁଶ୍ରୀ କାମୀନି ନାୟକ, ବିଦ୍ୟାଧର କର ପ୍ରମୁଖ ଆଲୋଚନା କରିଥିଲେ । ସନତାନ ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ମୁଖ୍ୟ ବକ୍ତା ଭାବେ ବଉଳା କଲେଜର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ବେହେରା, ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ, ସସ୍ମିତା ଜେନା, ଶିକ୍ଷାବିତ୍ କାଙ୍ଗାଳି ଚରଣ ଜେନା ପ୍ରମୁଖ ଯୋଗଦେଇ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ମହତ୍ତ୍ଵ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସ୍କୁଲର ପ୍ରତିଷ୍ଠାତା ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ଉପରେ ଏହି ଉତ୍ସବରେ ସମଗ୍ର ଓଡ଼ିଶାର ମତୃପ୍ରେମୀ ଭାଇ, ଅପା  ମାନେ ଯୋଗଦେବା ସହିତ ପୂରାତନ ଛାତ୍ର ଛାତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରଯାଇଥିଲା।  ମାଧବାନନ୍ଦ ଜେନା, ସରସ୍ଵତୀ ମଲ୍ଲିକ, ଅଜିତ ପହି, ପାର୍ବତି ନାୟକ, ସୁସାନ୍ତ ନାୟକ, ସୁମନ୍ତ ନାୟକ, ହେମନ୍ତ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ